Odian News
100

ଆଜି ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର ,୨୧/୧୦: ଆଜି ବିଜେପିର ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ  ମନ୍ତ୍ରୀ  ଦିବ୍ୟଶଙ୍କର  ମିଶ୍ରଙ୍କ  ଲିଙ୍କ୍ ଥିବା ନେଇ  ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ସହ ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଆଜି (ଗୁରୁବାର) ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଇଛି। ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ମଧ୍ୟ କରିଛି ବିଜେପି । ଗାଡ଼ି ଚଳାଚଳ ଓ ଦୋକାନ ବଜାର ସବୁକିଛି ବନ୍ଦ ରହିଛି । ଏହାଛଡ଼ା ସ୍କୁଲ, କଲେଜ ଓ ଅଫିସ୍ ସବୁ କିଛି ବନ୍ଦ କରାଯିବ ବୋଲି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଖବର ମିଳିଛି। ମମିତାଙ୍କୁ ନ୍ୟାୟ ଦିଆଯାଉ ବୋଲି ବିଜେପି ଦାବି କରିବା ସହ ଘଟଣାର ସିବିଅଆଇ ତଦନ୍ତ ଏବଂ  ତୁରନ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଜିଲ୍ଲା ସଭାପତି କହିଛନ୍ତି। ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ବାକି ସବୁ ବନ୍ଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗୀର ଜିଲ୍ଲା ଶାଖା ପକ୍ଷରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!