Odian News
85

ଶାହାରୁଖ ଖାନଙ୍କ ସମତେ ଅନନ୍ୟା ପାଣ୍ଡେଙ୍କ ଘରେ NCBର ରେଡ୍

ନୂଆଦିଲ୍ଲୀ , ୨୧।୧୦ : ଡ୍ରଗ୍ସ  ମାମଲାରେ    ଶାହରୁଖ ଖାଁଙ୍କ ପୁଅ   ଜେଲ୍‌ରେ ଥିବା ବେଳେ ଆଜି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ରେଡ୍‌ ହୋଇଛି। ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘରେ କରାଯାଇଛି। ଅନନ୍ୟା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବନ୍ଧୁ ଅଟନ୍ତି । ଏହାରି ମଧ୍ୟରେ ଶାହାରୁଖ ଖାନଙ୍କ ଘରେ ପହଞ୍ଚିଛନ୍ତି ଏନସିବିର ଅଧିକାରୀ । ଆର୍ଯ୍ୟନଙ୍କ ଗିରଫ ପରେ ଏନସିବି ଟିମ୍ ଶାହାରୁଖଙ୍କ ଘରେ ଯାଇ ତଲାସି କରୁଛନ୍ତି । ଆଜି ହିଁ ଶାହାରୁଖ ନିଜ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲ ଯାଇଥିଲେ । କ୍ରୁଜ ପାର୍ଟିରେ ସାମିଲ ଥିବାରୁ ଗିରଫ ହୋଇଥିବା ଆର୍ଯ୍ୟନଙ୍କ ଜାମିନ ଶୁଣାଣି ହୋଇପାରି ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!