Odian News
130

ବିପଦ ସଙ୍କୁଳ ଅବସ୍ଥାରେ ବଲାଙ୍ଗିର ସମଲେଶ୍ବରୀ ମନ୍ଦିର

ବଲାଙ୍ଗିର ,୨୨।୧୦:   ବଲାଙ୍ଗିର ସମଲେଶ୍ବରୀ ମନ୍ଦିର ଛାତ ଶୁକ୍ରବାରରେ ଭାଙ୍ଗି ଗଳିପଡିଛି ।  କାହାର କୌଣସି କ୍ଷତି ହୋଇନାହିଁ । ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ମରାମତି କରୁନଥିବାରୁ ଏପରି ଅଘଟଣ ଘଟିଲା ବୋଲି ସହରର ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସମଲେଶ୍ବରୀ ମନ୍ଦିର ଛକରେ ଧାରଣା ଦେଇଛନ୍ତି ।ବହୁ ପୁରାତନ ଏହି ସମଲେଶ୍ବରୀ ମନ୍ଦିରର ଛାତ କାନ୍ଥ ବିପଦ ସଙ୍କୁଳ ହୋଇପଡିଛି । ବର୍ଷରେ ପାଣି ଗଳୁଛି । ହେଲେ ଦେବତ୍ତର ବିଭାଗ ଅଧିନରେ ମନ୍ଦିର ରହିଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପରିକି ରାସ୍ତାରେ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!