Odian News
64

୩ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୨୩/୧୦ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ   ତିନିଦିନଆ ଜମ୍ମୁ କାଶ୍ମୀର ଗସ୍ତରେ ଯାଇଛନ୍ତି । ୩୭୦ ଧାରା ଉଚ୍ଛେଦ ପରେ ଏହା ଶ୍ରୀ ଶାହଙ୍କର ଜମ୍ମୁ କାଶ୍ମୀରକୁ ପ୍ରଥମ ଗସ୍ତ । ତାଙ୍କ ଗସ୍ତ ପୂର୍ବରୁ ଜମ୍ମୁ ଓ ଶ୍ରୀନଗରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବୁ ସ୍ଥାନରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବାବେଳେ ଡ୍ରୋନ୍‌ ମାଧ୍ୟମରେ ମଧ୍ୟ ନଜର ରଖାଯିବ । ଏହି ଗସ୍ତ ସମୟରେ ଶାହ ଶ୍ରୀନଗରରୁ ସାରଜା ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ କରିବେ । ଏଏହି ଗସ୍ତ ଅବସରରେ ଶ୍ରୀ ଶାହ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବା ସହିତ ପ୍ରଥମ ଶ୍ରୀନଗର-ଶାରଜାହ ବିମାନ ଚଳାଚଳର ଶୁଭାରମ୍ଭ କରାଇବେ । ଏଥିସହିତ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶାହଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଏ କେ ଭାଲ୍ଲା, ଗୃହ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଗଣ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀଗୁଡିକର ମୁଖ୍ୟ ଏବଂ ଗୁଇନ୍ଦା ବ୍ୟୁରୋ (ଆଇବି)ର ମୁଖ୍ୟ ମଧ୍ୟ ଯାଇଥିବା ଜଣାଯାଇଛି । ଶେର ଇ କାଶ୍ମୀର ଆନ୍ତର୍ଜାତିକ କନଭେନସନ ସେଣ୍ଟର (ଏସକେଆଇସିସି)କୁ ସଂଯୋଗ କରୁଥିବା ରାସ୍ତାରେ ତିନିଦିନ ପାଇଁ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ତନଖି ଫାଟକ ଲଗାଯିବା ସହିତ ସେହି ବାଟଦେଇ ଯାଉଥିବା ଯାନବାହନ, ଜନସାଧାରଣଙ୍କର ତଲାସି ନିଆଯାଉଛି । ଏସବୁ ବ୍ୟତୀତ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା, ଡ୍ରୋନ ଏବଂ ସନ୍ଧାନୀ କୁକୁର ମୁତୟନ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!