Odian News
31

୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି ବିଜେପି

ବାରିପଦା ୨୫।୧୦: ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ବିଜେପି ପକ୍ଷରୁ ୧୬ ଦଫା ଦାବି ନେଇ କରାଯାଇଥିବା ଏହି ବନ୍ଦ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଗାଡିମଟର, ଦୋକାନ ବଜାର ସବୁ ବନ୍ଦ ରହିଥିବା ଦେଖାଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାରିପଦାକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ। କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ହେଲିପ୍ୟାଡଠାରେ ବିଜେପି ଏବଂ ଜେଏମଏମ ପକ୍ଷରୁ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ସେହି ସମୟରେ ବିଜେପି ଏବଂ ଜେଏମଏମ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଦ୍ଵାରା ନିସ୍ତୁକ ମାଡ ମରାଯାଇଥିବା ଘଟଣା ସହିତ ମୟୂରଭଞ୍ଜ ଜିଲ୍ଲାର ଉନ୍ନତି ପାଇଁ ୧୬ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ବିଜେପି ।ସକାଳ ୬ଟାଠାରୁ ବିଜେପିର ମହିଳା ଯୁବ ମୋର୍ଚ୍ଚା ସହିତ ଜିଲ୍ଲାର ଅନେକ ଆଗ ଧାଡ଼ିର ବିଜେପି ନେତା ବାରିପଦା ସହରର ୧୮ ନଂ ଜାତୀୟ ରାଜପଥରେ ପିକେଟିଂ କରିବା ସହ ରଜପଥ ଅବରୋଧ କରିଛନ୍ତି । ତେଣୁ ବାରିପଦା ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତା ଖାଁ ଖାଁ ରହିଥିବା ଦେଖିବାକୁ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!