Odian News
57

ଭାରତର ନୂଆ କୋଚ୍ ହେବେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ ୦୫।୧୧ :  ଭାରତର ନୂଆ କୋଚ୍ ହେବେ ରାହୁଲ ଦ୍ରାବିଡ । ଦି ଓ୍ୱାଲ ଭାବେ ପରିଚିତ ଦ୍ରାବିଡ ରବି ଶାସ୍ତ୍ରୀଙ୍କ ପରେ ଦଳର କୋଚିଂ ଦାୟିତ୍ୱ ନେବେ । ଟି୨୦ ବିଶ୍ୱକପ ପରେ ଶାସ୍ତ୍ରୀଙ୍କ ଅବଧି ଶେଷ ହେବ । ସେ କାର୍ଯ୍ୟକାଳ ବଢାଇବା ପାଇଁ ମଧ୍ୟ ଆବେଦନ କରିନଥିଲେ ।

ଦୀର୍ଘଦିନ ହେବ ଦ୍ରାବିଡ ଦଳର କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଥିଲା । ସେ ପୂର୍ବରୁ ଭାରତୀୟ ଏ ଓ ଅଣ୍ଡର ୧୯ରେ କୋଚ୍ ଥିଲେ । ତାଙ୍କ ସମୟରେ ଉଭୟ ଟିମ୍ ସଫଳ ହୋଇଥିଲା । ଏହାସହ ସେ ଜାତୀୟ କ୍ରିକେଟ୍ ଆକାଡେମୀର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ । ସେହିପରି ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ବେଳେ କୋଚ୍ ଥିଲେ ରାହୁଲ । ଏହି ସିରିଜରେ ଭାରତ ଶ୍ରୀଲଙ୍କା ଉପରେ ଭାରି ପଡିଥିଲା ।

ଦ୍ରାବିଡ ଏବେ ଅଧିନାୟକ ବିରାଟ କୋହଲିଙ୍କ ସହ କାମ କରିବେ । କିନ୍ତୁ କୋହଲି ଟି୨୦ ବିଶ୍ୱକପ ପରେ ନେତୃତ୍ୱ ଛାଡିବେ ବୋଲି କହି ସାରିଛନ୍ତି । ପରବର୍ତ୍ତୀ କ୍ୟାପ୍ଟେନ୍ କିଏ ହେବ ତାକୁ ନେଇ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଯାଇଛି ।  ତେବେ ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଦି ଓ୍ୱାଲ କହିଛନ୍ତି ଯେ, ଦଳ ଟି୨୦ ପରି ଦିନିକିଆରେ ମଧ୍ୟ ନୂଆ ଅଧିନାୟକ ସନ୍ଧାନରେ ରହିଛି । ରୋହିତ ଶର୍ମା ହେଉଛନ୍ତି ଏବେକାର ସମୟରେ ଉତ୍ତରାଧିକାରୀ ହେବାକୁ ଯୋଗ୍ୟ ଅଟନ୍ତି । କିନ୍ତୁ ବୋର୍ଡର ନିଷ୍ପତ୍ତି ହିଁ ଚୂଡାନ୍ତ । ଆବଶ୍ୟକ ବେଳେ ଯୁବ ଖେଳାଳିଙ୍କୁ ଏହି ଦାୟିଚ୍ୱ ଦିଆଯାଇପାରେ । କେ ଏଲ ରାହୁଲଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।

ରୋହିତ ଶର୍ମା ହେଉଛନ୍ତି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ । ତାଙ୍କ ନେତୃତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ଜିତିଛି । ତାଙ୍କ ନେତୃତ୍ୱରେ ଭାରତ ନିଦାହସ ଓ ଏସିଆ କପ-୨୦୧୮ ଚାମ୍ପିଅନ ହୋଇଥିଲା । ତାଙ୍କ ଶାନ୍ତ ସ୍ୱଭାବ ଓ ପରିସ୍ଥିତିକୁ ବୁଝିବା ଶକ୍ତି ରହିଛି । ଯଦି କୋହଲି ଦିନିକିଆ ଫର୍ମାଟରେ ଅଧିନାୟକ ପଦ ଛାଡନ୍ତି ତେବେ ରୋହିତ ହିଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!