Odian News
84

ଜିଲ୍ଲାସ୍ତରୀୟ ନେତାଜୀ କପ୍ ଫୁଟବଲ: କେନ୍ଦ୍ରାପଡ଼ା ଚାମ୍ପିଅନ

ରାଜକନିକା, ୧୦/୧୧  : ରାଜକନିକାର ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ ତରାସ ନେତାଜୀ କ୍ଲବ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ୩୦ତମ ଜିଲ୍ଲାସ୍ତରୀୟ ନେତାଜୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପନ ହୋଇଯାଇଛି । ତରାସସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ନେତାଜୀ କପ୍ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାରୁ ୧୨ଟି ଟିମ୍ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ କୋଲ୍‌ହାଣ୍ଡ ଟାଇଗର, କେନ୍ଦ୍ରପଡ଼ା ଓ ସୁରଜ୍ କ୍ଲବ, କେନ୍ଦ୍ରାପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଶେଷ ପର୍ଯ୍ୟନ୍ତ କେହି କାହାରିଙ୍କୁ ଗୋଲ ଦେବାରେ ସକ୍ଷମ ହୋଇନ ଥିବା ବେଳେ, ଟ୍ରାଇବ୍ରେକର ଜରିଆରେ କୋଲ୍‌ହାଣ୍ଡ ଟାଇଗର ଚାମ୍ପିୟନ ହୋଇ ନେତାଜୀ କପ୍‌-୨୦୨୧ର ବିଜେତା ଆଖ୍ୟା ଅର୍ଜ୍ଜନ କରିଛି । କ୍ଲବର ପୂର୍ବତନ ସମ୍ପାଦକ ବନୋଜ ବାରିକ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ, ରାଜ୍ୟସଭା ସାଂସଦ ତଥା ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ୍ ତୀର୍କୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜିବୀ ତଥା ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ବିଜେଡି ନେତା ତଥା ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ, ଭାରପ୍ରାପ୍ତ ଥାନା ଅଧିକାରୀ ଉମାକାନ୍ତ ନାୟକ ଓ ସରପଞ୍ଚ ବାସୁଦେବ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନବନିର୍ମିତ ନେତାଜୀ ମିନି ଷ୍ଟାଡିୟମକୁ ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କ ସହିତ ପରିଚିତ ହୋଇଥିଲେ । ଅତିଥିମାନେ ଚାମ୍ପିୟନ କୋଲ୍‌ହାଣ୍ଡ ଟାଇଗର ଟିମ୍‌କୁ ୭ହଜାର କ୍ୟାସ୍ ପ୍ରାଇଜ୍ ଓ ଟ୍ରଫି ପ୍ରଦାନ କରିବା ସହ ରନର୍ସଅପ୍ ସୁରଜ୍ କ୍ଲବକୁ ୫ ହଜାର କ୍ୟାସ୍ ପ୍ରାଇଜ୍ ପ୍ରଦାନ କରିଥିଲେ । ଚାମ୍ପିୟନ ଟିମ୍‌ର ଅଜୟ ମାଝୀଙ୍କୁ ମ୍ୟାନ୍ ଟୁର୍ଣ୍ଣାମେଣ୍ଟ ଭାବେ, ବେଷ୍ଟ ଗୋଲ ରକ୍ଷକ ଭାବେ ସୁରଜ କ୍ଲବର ସନ୍ତୋଷ ଟାଙ୍କୁ, ବେଷ୍ଟ ଡିଫେଣ୍ଡର ଭାବେ ନେତାଜୀ କ୍ଲବର ସୂର୍ଯ୍ୟକାନ୍ତ ସାହୁ, ବେଷ୍ଟ ମିଡିଲ ପ୍ଲେୟାର ଭାବେ ସୁରଜ କ୍ଲବର ଟିକନ, ବେଷ୍ଟ ଷ୍ଟ୍ରାଇକର ଭାବେ ନେତାଜୀ କ୍ଲବର ଟୁଡୁଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଫାଇନାଲ ଖେଳକୁ ପ୍ରୀତମ୍ ସାଇମନ ବିଶ୍ୱାଳ, ଶରତ ଜେନା, ପ୍ରହଲ୍ଲାଦ ଜେନା, , ପ୍ରଶାନ୍ତ ସେନାପତି, ସେକ ରିୟାଜ୍‌, ସଞ୍ଜୟ ନାୟକ, ଅମର ଜେନା ପ୍ରମୁଖ ପରିଚାଳନା କରିଥିବା ବେଳେ, ଗୋଲକ ବିହାରୀ ମଲ୍ଲିକ, ଅରୁଣ କୁମାର ବାରିକ୍ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ରେଫେରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କ୍ଲବର ସଭାପତି ବିଶ୍ୱପ୍ରକାଶ ନାୟକ, ସମ୍ପାଦକ ଶୁଭ୍ରଜିତ୍ ବିଶ୍ୱାଳ, ପ୍ରାକ୍ତନ ସମ୍ପାଦକ ଦେବଜ୍ୟୋତି ଜେନା, କ୍ରୀଡ଼ା ସମ୍ପାଦକ ସଂଜୀବ୍ ନାୟକ, ଦେବାଶିଷ ନାୟକ, ଭରତ ଚନ୍ଦ୍ର ବାରିକ୍‌, ଶିବପ୍ରସାଦ ମଲ୍ଲିକ, ସରୋଜ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନେତାଜୀ କ୍ଲବର ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!