Odian News
18

ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ ୨ ସ୍ୱତନ୍ତ୍ର ପରୀକ୍ଷା ଫଳ

ଭୁବନେଶ୍ୱର,୨୦/୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ ୨ ସ୍ୱତନ୍ତ୍ର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ସ୍ୱତନ୍ତ୍ର ଅଫଲାଇନ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ www.orissaresults.nic.in ରେ ଜାଣି ପାରିବେ ।କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ପ୍ରାୟ ୧୨ ହଜାର ବିଦ୍ୟାର୍ଥୀଙ୍କ ଫଳ ପ୍ରକାଶ ପାଇବ। ଏହି ବିଦ୍ୟାର୍ଥୀ ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ପ୍ରକାଶ କରି ଶ୍ରେଣୀଗୃହ(ଅଫଲାଇନ୍‌) ପରୀକ୍ଷା ରାଜ୍ୟର ୧୮୫ କେନ୍ଦ୍ରରେ ଦେଇଥିଲେ। ଗତ ମାସ ୧୧ ତାରିଖରେ ପରୀକ୍ଷା ସରିଥିଲେ ମଧ୍ୟ ଏଯାବତ୍‌ ଫଳ ପ୍ରକାଶ ପାଇପାରି ନଥିଲା। ଶୁକ୍ରବାର ବିଭାଗ ପକ୍ଷରୁ ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି। ତେବେ ପରିଷଦ ପକ୍ଷରୁ ଫଳ ସମ୍ବନ୍ଧୀୟ କୌଣସି ତଥ୍ୟ ଓ ସୂଚନା ପ୍ରଦାନ କରାଯାଇନି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଫଳ ପ୍ରକାଶ ପାଇ ନ ଥିବାରୁ ସ୍ନାତକ(+୩)ରେ ନାମ ଲେଖାଇପାରି ନାହାନ୍ତି। ରାଜ୍ୟରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଏହି ସ୍ବତନ୍ତ୍ର ପରୀକ୍ଷା ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!