Odian News
43

ହିତାଧିକାରୀଙ୍କୁ ଆଉ ୮ମାସ ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର ୨୧।୧୧:ହିତାଧିକାରୀଙ୍କୁ ଆଉ ୮ମାସ ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ|  ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ (ପିଏମ୍‌ଜିକେଏୱାଇ) ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କୁ ଆହୁରି ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି  ଲେଖିଛନ୍ତି।ପ୍ର  ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ,  କୋଭିଡ କାଳରେ PMGKAYରେ NFSA ହିତାଧିକାରୀଙ୍କୁ ମିଳୁଛି ମାଗଣା ଚାଉଳ । ଚାଉଳ ଯୋଗାଣର ସମୟ ସୀମା ଚଳିତ ମାସ ଶେଷ ହେଉଥିବାରୁ ଏହି ମସୟ ସୀମା ଆଉ ୮ ମାସ ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସ୍ଥିତିରେ ଉନ୍ନତି ଆସିବା ଯାଏ ଚାଉଳ ଦେବାକୁ ଅନୁରୋଧ । କୋଭିଡ୍‌-୧୯ ସଂକ୍ରମଣର ସମ୍ପୂର୍ଣ୍ଣ ଅବସାନ ହୋଇ ନ ଥିବା ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମହାମାରୀ ପୂର୍ବ ଅବସ୍ଥାରେ ପହଞ୍ଚି ନ ଥିବା ରୁ   ଅତିରିକ୍ତ ଚାଉଳ ହିତାଧିକାରୀଙ୍କୁ ଆଉ ୮ ମାସ ଦେବାକୁ ଅନୁରୋଧ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!