Odian News
30

ରାସ୍ତାରେ ଟଙ୍କା ବର୍ଷା

ନ୍ୟୁୟର୍କ,୨୧/୧୧: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆର ଜାତୀୟ ରାଜପଥରେ ଏକ ଅଜବ ମାମଲା ଘଟିଥିବାର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ହାଇୱେରେ ଆକାଶରୁ ଟଙ୍କାର ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଲୋକମାନେ ଗାଡ଼ି ଅଟକାଇ ରାସ୍ତାରୁ ଟଙ୍କା ଗୋଟାଇବାରେ ଲାଗିଛନ୍ତି । ଅଧିକ ସଂଖ୍ୟାରେ ଲୋକେ ଡଲାର ପ୍ରାପ୍ତ କରିଛନ୍ତି । ଫଳରେ ଜାତୀୟ ରାଜପଥ ନୋଟରେ ଭର୍ତ୍ତି ହୋଇଯାଇଥିଲା। ଦକ୍ଷିଣ କାର୍ଲିଫର୍ଣ୍ଣିଆର କାର୍ଲସବାଡର ପ୍ରମୁଖ ରାସ୍ତାରେ ଏଭଳି ଡଲାର ପଡ଼ିଥିବାରୁ ଲୋକମାନେ ଏହାକୁ ଗୋଟାଇବାରେ ଲାଗିଥିଲେ। ଡେମି ବାଗବି ନାମକ ଜଣେ ବଡିବିଲଡର ତାଙ୍କ ଇନଷ୍ଟାଗ୍ରାମରେ ଟଙ୍କା କେମିତି ରାସ୍ତାରେ ପଡ଼ିଛି ଓ ଲୋକମାନେ ଏହାକୁ ଗୋଟାଉଛନ୍ତି, ତାର ଭିଡିଓ ପୋଷ୍ଟ କରିଥିଲେ ।

 

 

View this post on Instagram

 

A post shared by DEMI BAGBY (@demibagby)

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!