Odian News
28

ଗିରଫ ହେଲେ ନକଲି ଥାନା ଅଧିକାରୀ

ଖଲ୍ଲିକୋଟ, ୨୧/୧୧: ଖଲ୍ଲିକୋଟରେ  ନକଲି ଥାନା ଅଧିକାରୀ ଗିରଫ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଏହି ଧମକର ଫୋନ ରେକଡ଼ିଂ  ଭାଇରାଲ ହେବା ପରେ ପୋଲିସ  ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି  ।  କୌଣସି ଏକ ଘଟଣାକୁ ନେଇ ଭରସା ଗ୍ରାମର ଅର୍ଜୁନ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ ଏକ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଥାନା ଅଧିକରୀଙ୍କ  ନାମ କହି ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଏପରିକି ଉଠେଇ ନେଇ କେସରେ ଫଶାଇ ଦେବାକୁ କହିଥିଲେ ।  ସେପଟେ  ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏହି ଖବର ପାଇବା ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ନିଜକୁ ଥାନା ଅଧିକାରୀ କହୁଥିବା ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!