Odian News
29

ଅଭିନନ୍ଦନଙ୍କୁ ବୀରଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୨/୧୧: ପାକିସ୍ତାନର ଫାଇଟର ଜେଟ ଏଫ-୧୬କୁ ବିଧ୍ୱଂସ କରିଥିବା    ‘ଗ୍ରୁପ୍‌ କ୍ୟାପ୍‌ଟେନ୍‌’ ଅଭିନନ୍ଦନ ବର୍ତ୍ତମାନଙ୍କୁ  ଙ୍କୁ ସମ୍ମାନିତ କରାଯାଇଛି । ଅଭିନନ୍ଦନ ପାଇଛନ୍ତି ବୀର ଚକ୍ର ସମ୍ମାନ । ପୂର୍ବରୁ ତାଙ୍କୁ ୱିଙ୍ଗ କମାଣ୍ଡରରୁ ଗ୍ରୁପ୍ କ୍ୟାପ୍ଟେନ ପଦକୁ ପ୍ରମୋସନ ଦିଆଯାଇଥିଲା । ପୁଲୱାମା ଆକ୍ରମଣ ପରେ ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ସମୟରେ ସେ ଏଫ-୧୬ ଫାଇଟର ଜେଟକୁ ଖସାଇ ନିଜର ବୀରତ୍ୱର ପରିଚୟ ଦେଇଥିଲେ । ଗତ ୨୦୧୯ ମସିହା ଫେବୃଆରୀ ୨୭ରେ ସେ ମିଗ-୨୧ ଏୟାରକ୍ରାଫ୍ଟରେ ଲଢ଼େଇ କରି ପ୍ରତିପକ୍ଷଙ୍କ ଜେଟକୁ ଧ୍ୱଂସ କରିଦେଇଥିଲେ । ଏହି ଘଟଣା ପରେ ପାକିସ୍ତାନୀ ଏୟାରଫୋର୍ସ ପକ୍ଷରୁ ଅଭିନନ୍ଦନଙ୍କ ଉପରେ ହମଲା କରାଯାଇଥିଲା । ଫଳରେ ସେ ପାକିସ୍ତାନ ସୀମାରେ ଖସିପଡ଼ିଥିଲେ ଓ ତାଙ୍କୁ ଗିରଫ କରାଯାଇଥିଲା । ମାତ୍ର ଏସବୁ ମଧ୍ୟରେ ଅଭିନନ୍ଦନ ଡରି ନଯାଇ ନିଜର ଅସୀମ ଧୈର୍ଯ୍ୟ ଓ ସାହସର ପରିଚୟ ଦେଇଥିଲେ । ତାଙ୍କ ପାଖରେ ଥିବା ଅନେକ ଭାରତୀୟ ଗୁପ୍ତ ଡକ୍ୟୁମେଣ୍ଟକୁ ନଷ୍ଟ କରିଥିଲେ, ଯାହାକି ଶତ୍ରୁ ହାତରେ ପଡ଼ିଥିଲେ ଦେଶର ବହୁତ କିଛି କ୍ଷତି ଘଟିଥାନ୍ତା । ପରବର୍ତ୍ତୀ ସମୟରେ ଭାରତର ଚାପ ପରେ ଅଭିନନ୍ଦନଙ୍କୁ ୱାଘା ବର୍ଡରରେ ହସ୍ତାନ୍ତର କରାଯାଇଥିଲା । ଆମେରିକା ଦ୍ୱାରା ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏଫ-୧୬କୁ ଖସାଇ ସେ ସମୟରେ ଅଭିନନ୍ଦନ କେବଳ ନ୍ୟାସନାଲ ନୁହେଁ ଇଣ୍ଟରନ୍ୟାସନାଲ ହିରୋ ପାଲଟି ଯାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!