Odian News
42

ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ବର, ୨୨/୧୧: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୮ଟି ପ୍ରକଳ୍ପକୁ ଅନୁମୋଦନ ।  ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୮ ପ୍ରକଳ୍ପରେ ଆସନ୍ତା ଦିନରେ ୧୮୭୨ କୋଟି ଟଙ୍କା ନିବେଶ ହେବାକୁ ଯାଉଥିବା ବେଳେ ୩୪୬୧ ଜଣଙ୍କୁ ନିଯୁକ୍ତି ମିଳିବ । କଳିଙ୍ଗ ନଗରରେ ଫେରୋ ଆଲୟ ପ୍ଲାଣ୍ଟ ଶ୍ୟାମ ମେଟାଲିକ୍ସ କରିବ ବୋଲି ଜଣାପଡିଛି । ଏହି ପ୍ଲାଣ୍ଟ ପାଇଁ ୩୨୮ କୋଟି ନିବେଶର ଲକ୍ଷ୍ୟ ରହିଥିବା ବେଳେ ୩୩୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ପାଇବେ ୩୪୬୧ ଲୋକ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଏକ ବୈଠକରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ପ୍ରକଳ୍ପ ଗୁଡିକ ଅନେକ କୃଷି ଉପାଦାନକୁ ସହାୟକ ହେବ । ଏହାସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟ ହେବ । ପୁଞ୍ଜି ବିନିଯୋଗ ପ୍ରସ୍ତାବ ଗୁଡିକର ସବିଶେଷ ତଥ୍ୟ ଉପସ୍ଥାପନ କରି ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଏହି ପ୍ରସ୍ତାବ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟା କରଣ, କୃଷି, ପଶୁପାଳନ, ପେଟ୍ରୋଲିୟମ ଉତ୍ପାଦ ଓ ଇସ୍ପାତ କ୍ଷେତ୍ର ପାଇଁ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!