Odian News
26

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ପୁରୀ ୨୪।୧୧: ଶ୍ରୀମନ୍ଦିର ପରିକ୍ରମା ମେଗା ପ୍ରକଳ୍ପର ଶିଳାନ୍ୟାସ ପର୍ବ ସମ୍ପନ୍ନ ହୋଇଛି । ଶ୍ରୀମନ୍ଦିର ଉତ୍ତର-ପୂର୍ବ କୋଣସ୍ଥିତ ଯଜ୍ଞବେବି ସନ୍ନିକଟ ଚିହ୍ନଟ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପରିକଳ୍ପନା ସାକାର ହୋଇଛି । ସମୟ ମୁତାବକ ସମସ୍ତ ବିଧି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।ଏହି ପର୍ବର ଅନ୍ୟତମ ମୁଖ୍ୟ ଆକର୍ଷଣ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶିଳାନ୍ୟାଶ ଠାରୁ ପୂର୍ଣ୍ଣାହୂତି ପର୍ଯ୍ୟନ୍ତ ବିଧି ସ°ଚାଳନ ନିଜେ କରିଥିଲେ । ପୂ୍ର୍ଣ୍ଣାହୂତି ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟରେ ହେଲିକପ୍ଟରରେ ରାଜଧାନୀ ଫେରିଛନ୍ତି ।ଶିଳାନ୍ୟାଶ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାରଙ୍କ ବ୍ୟତିତ ବାଚସ୍ପତି, ରାଜ୍ୟ ଯୋଜନା ବୋର୍ଡ ଊପାଧ୍ୟକ୍ଷ, ଆଇନ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ପୁରୀ ଏସପି ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବରେ ପରିକ୍ରମା ପ୍ରକଳ୍ପକୁ ଜମି ଦାନ କରିଥିବା ଲୋକଙ୍କୁ ସମ୍ମାନୀତ କରିଥିଲେ ମୁଖ୍ୟମନ୍ତ୍ରୀ । ମୋଟ ୩୩୧ କୋଟି ୨୮ ଲକ୍ଷ ଟଙ୍କା ଅଟକଳର ପରିକ୍ରମା ପ୍ରକଳ୍ପ ନିର୍ମାଣର ଶୁଭାରମ୍ଭ ଆଜି ଠାରୁ ଆରମ୍ଭ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!