Odian News
26

ପାଟନା ରାସ୍ତାରେ ଲାଲୁ ଚଳାଇଲେ ଜିପ୍‌

ପାଟନା,୨୪।୧୧: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବୁଧବାର ସକାଳେ ଲାଲୁଙ୍କୁ ପାଟନାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏଥର କିନ୍ତୁ ଲାଲୁ ପୂର୍ବ ଅପେକ୍ଷା ଥିବା ଦେଖାଯାଉଥିବା ବେଳେ ନିଜର ପୁରୁଣା ଜିପ୍‌କୁ ରାସ୍ତାରେ ଚଳାଉଥିଲେ। ତାଙ୍କୁ ଏଭଳି ଯିଏ ଦେଖୁଥିଲା ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଲାଲୁ ନିଜେ ଗାଡି ନେଇ ପାଟନାର ରାସ୍ତାରେ ବୁଲିବାକୁ ବାହାରି ପଡିଥିଲେ। ନିଜର ପ୍ରିୟ ଜିପ୍ ଚଳାଇବା ପରେ ଆରଜେଡି ମୁଖ୍ୟ  ଟ୍ବିଟରରେ  ଡ୍ରାଇଭିଂ ଭିଡିଓ ଅପଲୋଡ୍ କରି ଲେଖିଛନ୍ତି-ଆଜି ବହୁ ବର୍ଷ ପରେ ମୁଁ ମୋର ପ୍ରଥମ ଗାଡି ଚଳାଇଲି। ଏହି ସଂସାରରେ ଜନ୍ମ ହୋଇଥିବା ସମସ୍ତ ଲୋକ କାହାର ନା କାହାର ଡ୍ରାଇଭର ହୋଇଥାନ୍ତି। ଆପଣଙ୍କ ଜୀବନରେ ପ୍ରେମ, ସଦଭାବ, ସୌହାର୍ଦ୍ଧ, ସମତା, ସମୃଦ୍ଧି, ଶାନ୍ତି, ଧର୍ଯ୍ୟ, ନ୍ୟାୟ ଓ ଖୁସି ରୂପକ ଗାଡି ସମସ୍ତଙ୍କୁ ସାଙ୍ଗରେ ନେଇ ସବୁବେଳେ ମଜାରେ ରୁହନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!