Odian News
31

ଡିସେମ୍ବର ୯ରେ ବିଶ୍ୱ ସମ୍ମିଳନୀ, ବାଦ ପଡିଲା ଚୀନ

ୱାଶିଂଟନ,୨୪/୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗଣତନ୍ତ୍ର ଉପରେ ଏକ ସମ୍ମିଳନୀ ଆୟୋଜନ କରୁଛନ୍ତି । ଆଗାମୀ ଡିସେମ୍ବର ୯ ଓ ୧୦ ତାରିଖ ଦୁଇଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଭର୍ଚୁଆଲ ପଦ୍ଧତିରେ ଆୟୋଜନ କରାଯାଉଥିବା ଏହି ସମ୍ମିଳନୀ ପାଇଁ ୧୧୦ ରାଷ୍ଟ୍ରକୁ ବାଇଡେନ ଆମନ୍ତ୍ରଣ କରିଛନ୍ତି । କିନ୍ତୁ ଚୀନକୁ ଏଥିପାଇଁ ଆମନ୍ତ୍ରଣ କରାଯାଇନାହିଁ । ଆମେରିକା ରାଷ୍ଟ୍ରପତି ତାଇୱାନକୁ ଆମନ୍ତ୍ରଣ କରିଥିବା ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି । ଅନ୍ୟପକ୍ଷରେ ତୁର୍କୀ ନାଟୋ ରାଷ୍ଟ୍ରଗୋଷ୍ଠୀର ସଦସ୍ୟ ହୋଇଥିଲେ ମଧ୍ୟ ତାହାର ନାମ ଏହି ଆମନ୍ତ୍ରିତ ରାଷ୍ଟ୍ରଗୁଡିକର ତାଲିକାରେ ନଥିବା ଜଣାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!