Odian News
34

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ସମବାୟ କର୍ମଚାରୀଙ୍କ ଧାରଣା

୫ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ, ଅଚଳ ହୋଇପଡ଼ିଛି ସମବାୟ ସମିତି 

ରାଜକନିକା,୨୪/୧୧: ରାଜକନିକା ବ୍ଲକ୍‌ର ୧୬ଟି ସମବାୟ ସମିତିର କର୍ମଚାରୀମାନେ ୫ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ରାଜକନିକା ସେବାସାହି ଠାରେ ରହିଥିବା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ କର୍ମଚାରୀମାନେ ଗଣଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି । ରାଜକନିକା ବ୍ଲକର ସମବାୟ ସମିତିର ସଂପାଦକଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ମାନେ ୫ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସି ରହିଥିବାରୁ ସମବାୟ ସେବା ସଂପୂର୍ଣ୍ଣ ଠପ ହୋଇଯାଇଛି । ଓଡିଶା ସମବାୟ ମହାସଂଘର ଆହ୍ୱାନରେ ୫ ଦଫା ଦାବୀ ପୂରଣ ଯାଏ ଜାରି ରହିଥିବା ଏହି ଆନ୍ଦୋଳନ ଦିନକୁ ଦିନ ଉଗ୍ରରୂପ ନେଉଥିବାରୁ ସାଧାରଣରେ ଏଭଳି ଆନ୍ଦୋଳନକୁ ମଧ୍ୟ ସମର୍ଥନ ମିଳିଛି । ରାଜକନିକା ସମବାୟ କର୍ମଚାରୀ ମହାସଂଘର ସମସ୍ତ ସଦସ୍ୟ ଗତ ନଭେମ୍ବର ମାସ ୧୪ ତାରିଖରୁ ସମିତିରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜିଠୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଗରେ ଧାରଣାରେ ବସି ରହିଛନ୍ତି । ସମବାୟ ସମିତିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସରକାରୀ ମାନ୍ୟତା ଦେବା ସହ ସପ୍ତମ ବେତନ କମିସନ ଆଧାରରେ ବେତନ ପ୍ରଦାନ ସହ ମହଙ୍ଗା ଭତା ପ୍ରଦାନ,୧୦ ଲକ୍ଷ ଟଙ୍କା ବୀମା ପ୍ରଦାନ,ସମବାୟ ସମିତି ଜରିଆରେ ଋଣଲଗାଣ,ବିହନ ଯୋଗାଣ,ସାର ଓ କୀଟନାଶକ ଔଷଧ ଯୋଗାଣ, ଧାନ ମଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ବେଳେ ସରକାର ସମସ୍ତ ସମିତିରେ ଜଣେ ଲେଖାଏଁ କୋଅପରେଟିଭ ଏକ୍ୟୁଜଟିଭ ଅଫିସର ନିଯୁକ୍ତ କରି ସଂପାଦକଙ୍କୁ କାମ କରିବାର ସ୍ୱାଧୀନତା ଛଡାଇ ନେବାର ମସୁଧା ବିରୁଦ୍ଧରେ ଆନ୍ଦୋଳନ ତୀବ୍ର ହୋଇଛି । ଚାଷୀ ସହ ସିଧାସଳଖ ସଂପୃକ୍ତିରେ ଥିବା ସମବାୟ ସମିତି ଯାବତୀୟ କାର୍ଯ୍ୟ କରି ଚାଲିଥିବା ବେଳେ ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ ନ କରି ତୁରନ୍ତ ମହାସଂଘର ନ୍ୟାର୍ଯ୍ୟ ଦାବି ମାନି ନେବାକୁ ମହାସଂଘର ବ୍ଲକ ସଭାପତି ଅସିତ କୁମାର ବେହୁରିଆ, ସଂପାଦକ ବଂଶୀଧର ନାୟକ,କୋଷାଧ୍ୟକ୍ଷ ଲଳିତ ମୋହନ ରାୟ,ପ୍ରଣତ କୁମାର ସାହୁ,ପ୍ରଶାନ୍ତ ନାୟକ,ସଂଜୟ ବିଶ୍ୱାଳ, ଦେବଜ୍ୟୋତି ଜେନା, ଅବିନାଶ ନାୟକ, ରାଜୀବ ଲୋଚନ ନାୟକ, ରଂଜନ ବେହେରା, ରାଜେଶ ବିଶ୍ୱାଳ,ନିରଂଜନ ବାରିକ,ପ୍ରସନ୍ନ ବଳ,ମନ୍ଦରଧର ମହାନ୍ତି,ଶ୍ରୀଚରଣ ମହାନ୍ତି,ମୋନାଲିସା ବେହୁରିଆ, ରୂପାଲି ସାମଲ, ପ୍ରିୟଙ୍କା ମଲ୍ଲିକ ଏବଂ ରାଜା ଅବିନାଶ ଜେନା ପ୍ରମୁଖ ଆଜିର ଧାରଣାରେ ସାମିଲ ରହି ମହାସଂଘର ନିଷ୍ପତିକୁ ପାଳନ କରି ଆନ୍ଦୋଳନ ଚଳାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!