Odian News
27

ଆଇଟିଡିଏର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବାରିପଦା,୨୫/୧୧:   ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି ।  ଭୁବନେଶ୍ୱର, ବାଲେଶ୍ୱର ,ବାରିପଦା ଭଡ଼ା ଘର, ବାଲିଆପାଳ ପୈତୃକ ଘରେ ରେଡ୍ ଚାଲିଛି ।  ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ କରାଯାଇଛି । ତେବେ ଦୀର୍ଘ ଆଠ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରୀ କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପୂର୍ବରୁ ଖବର ମଧ୍ୟ ପ୍ରକାଶ ହୋଇଥିଲା। ଠିକାଦାରଙ୍କ ଜାଲ ଦସ୍ତଖତ ନେଇ ଅନେକ ସମୟରେ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ଆସିଥିଲା। ଏହା ସହିତ ଜିଏସଟି ଠକେଇ ମାମଲାରେ ତଦନ୍ତ ଚାଲୁରହିଥିବାର ନଜିର ମଧ୍ୟ ରହିଛି। ଉତ୍ତରାଞ୍ଚଳ ଭିଜିଲାନ୍ସ ଆରକ୍ଷୀ ଅଧିକାରୀ ନିଜେ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!