Odian News
25

ବିଏସକେୱାଇରେ ସାମିଲ ହେବାକୁ ଯାଉଛି ବୌଦ୍ଧଜିଲ୍ଲା

ବୌଦ୍ଧ ୨୫/୧୧:  ବୌଦ୍ଧ ଜିଲ୍ଲାର ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଭର୍ଚ୍ଚୁଆଲରେ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବାଣ୍ଟିବେ । ବୌଦ୍ଧସ୍ଥିତ ଷ୍ଟାଡ଼ିଅମଠାରେ ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ୍‌ ମୋଡ଼୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନ କରିବେ ।   ଏହି ଅବସରରେ ଜିଲ୍ଲାର ବୌଦ୍ଧ ବ୍ଲକକୁ ୩୬ହଜାର ୪୦୪, ହରଭଙ୍ଗା ବ୍ଲକ ୩୩ହଜାର ୬୨୮ ଓ କଣ୍ଟାମାଳ ବ୍ଲକକୁ ୩୮ହଜାର ୫୨୩ଟି କିଟ୍‌ ଆସିଛି । ଏହି ଯୋଜନା ଦ୍ୱାରା ଜିଲ୍ଲାରେ ୧ଲକ୍ଷ ୮ହଜାର ୫୫୫ଟି ପରିବାରର ୩ଲକ୍ଷ ୭୨ହଜାର ୩୮୭ଜଣ ହିତାଧିକାରୀ ଉପକୃତ ହେବେ । ଏହି ସ୍ମାର୍ଟକାର୍ଡ଼ ଜିଲ୍ଲାର ୬୯ଟି ପଞ୍ଚାୟତ ପାଇଁ ୬ ଗୋଟି ବୁଥରେ ପ୍ରଦାନ କରାଯିବ । ଏହି ସ୍ମାର୍ଟକାର୍ଡ଼ ଦୁଇଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୪୧୪ଜଣ କ୍ଷେତ୍ର କର୍ମଚାରୀ ଓ ୬ ଗୋଟି ବୁଥ ପାଇଁ ୬୯ଜଣ ନୋଡ଼ାଲ ଅଧିକାରୀ ନିୟୋଜିତ ହେବେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦କୋଟି ଟଙ୍କା ବ୍ୟୟରେ ୨୨ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୪୬୨ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ୫୭ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବା କାର୍ଯ୍ୟକ୍ରମ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!