Odian News
54

କୋଳି ଖାଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ୪ ସ୍କୁଲ୍‌ ଛାତ୍ର

କଟକ ,୨୬/୧୧: କଟକ ପୂର୍ବାଞ୍ଚଳର ମହାନଦୀ ଭଦିମୂଳ ଘାଟର ଘଟିଛି   ଅଘଟଣ । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪ ଛାତ୍ର ମହାନଦୀରେ ବୁଡ଼ିଯାଇଥିବା ଆଶଙ୍କା କରାଯାଉଛି ।ମହାନଦୀରେ ୪ ଜଣ ଛାତ୍ର ବୁଡ଼ିଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ସମସ୍ତ ଛାତ୍ର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର ହୋଇଥିବା ଜଣାପଡିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ମୃତ ଓ ନିଖୋଜ ସମସ୍ତ ୪ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ସୂଚନା ମିଳିଛି ।  ଘଟଣାସ୍ଥଳରେ ଅଗ୍ନିଶମ ଟିମ୍‌ ଓ ପୁଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି । ରାତି ଅଧିକ ହୋଇଯାଇଥିବାରୁ ସର୍ଚ୍ଚ ଅପରେସନ୍‌ରେ ସମସ୍ୟା ହୋଇଥିଲା । ତେବେ ନଦୀ ବାଲିରୁ ମୃତ ଛାତ୍ର ଙ୍କ ଉଦ୍ଧାର ହେବା ଓ ଅନ୍ୟ  ଛାତ୍ର ନିଖୋଜ ହୋଇଯିବା ଘଟଣାକୁ ନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି ।   ଛାତ୍ରମାନେ ହେଲେ ପୋତାପୋଖରୀ ଅଞ୍ଚଳର ରବୀନ୍ଦ୍ର ସେଠୀଙ୍କ ପୁଅ ଶୁଭମ୍‌ ସେଠୀ, ୱେୟାର୍‌ ହାଉସ୍‌ କଲୋନୀର ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା  , ପ୍ରଫୁଲ୍ଲ ବେହେରାଙ୍କ ପୁଅ ଆଞ୍ଜନିକ ବେହେରା ,ଆର୍‌ଇଓ କଲୋନୀ ସ୍କୁଲ୍‌ର ଜଗା ଓରଫ କ୍ଷେତ୍ରବାସୀ ବେହେରା(୧୨)।  ଜୋନ୍‌ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ଶଶିକାନ୍ତ ରାଉତ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ଏହି ଦୁଃଖଦ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଶୋକର ଛାୟା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!