Odian News
42

ପ୍ରଥମ ମହିଳା ସରପଂଚ ସୌଦାମିନୀ ବଳଙ୍କ ପରଲୋକ

ରାଜକନିକା,୨୭/୧୧: ରାଜକନିକା ବ୍ଳକ୍ ଆଖୁଳିପଡ଼ା ଗ୍ରାମ ପଂଚାୟତର ପ୍ରଥମ ମହିଳା ସରପଂଚ ସୌଦାମିନୀ ବଳ(୬୩)ଙ୍କ ଶନିବାର ପରଲୋକ ହୋଇଯାଇଛି । ଗତ କିଛି ମାସ ତଳେ ସେ ଅସ୍ତିଶଲ୍ୟ କର୍କଟ ରୋଗରେ ପିଡ଼ିତ ହୋଇଥିବା ନେଇ ଜଣାପଡ଼ିଥିଲା । ମୁମ୍ବାଇରେ ଚିକିତ୍ସିତ ହେବା ପରେ ଚଳିତ ମାସରେ ନିଜ ଗାଁ ବର୍ତ୍ତନୀ ଗ୍ରାମକୁ ଫେରିଆସିଥିଲେ । ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ପରଲୋକ ଖବର ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କିଶୋରୀ ଅବସ୍ଥାରୁ ଜଣେ ବାମପନ୍ଥୀ ଚିନ୍ତାଧାରା ରେ ଉଦ୍‌ବୁଦ୍ଧ ଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ସାମିଲ ହୋଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଆଖୁଳିପଡ଼ା ଗ୍ରାମ ପଂଚାୟତର ସରପଂଚ ଭାବେ ବହୁ ଉନ୍ନୟନ କାର୍ଯ୍ୟ କରିଥିଲେ । ଏସ୍‌ଏନ୍ କଲେଜର ପରିଚାଳନା ପରିଷଦର ସଦସ୍ୟ ସହିତ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀର ନିକଟରେ ସ୍ୱାମୀ କବି ପୂର୍ଣ୍ଣଚନ୍ଦ୍ର ବଳ, ପୁଅ ବୋହୂ ଏବଂ ପରିବାର ବର୍ଗ ଉପସ୍ଥିତ ରହିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!