Odian News
83

ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡ଼ା,୨୭ା୧୧ : କେନ୍ଦ୍ରାପଡାର ଅଗ୍ରଣୀ ଅନୁଷ୍ଠାନ ପୁନର୍ବାସ ଆନୁକୂଲ୍ୟରେ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ ଶନିବାର ସନ୍ଧ୍ୟାରେ ଏକ ଭିନ୍ନକ୍ଷମ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୁନର୍ବାସର ଉପଦେଷ୍ଟା ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ମେଜର ଭରତ ଚନ୍ଦ୍ର ଜେନା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ “ଚଳତଶକ୍ତି ଓ ବହୁବିଧ ଭିନ୍ନକ୍ଷମତା : ଏକ ଦୃଷ୍ଟିପାତ ଏବଂ ମାନସିକ ମନ୍ଥରତା ବିଷୟରେ କେତେକଜାଣିବା କଥା” ୨ଟି ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପଦାର୍ଥ ବିଜ୍ଞାନ(ସମ୍ମାନ) ଛାତ୍ର ତଥା ଶାରୀରିକ ଭିନ୍ନକ୍ଷମ ବରଜ କୁମାର ଦାସଙ୍କୁ ପୁନର୍ବାସ ବାର୍ଷିକ ଛାତ୍ରବୃତ୍ତି ବାବଦକୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଠାରୁ ପ୍ରତ୍ୟେକ ବର୍ଷ ଏହି ଛାତ୍ର ବୃତ୍ତି ମେଧାବୀ ଭିନ୍ନକ୍ଷମ ଛାତ୍ରଙ୍କୁ ପ୍ରଦାନ କରାଯିବ ବୋଲି ପୁନର୍ବାସର ସମ୍ପାଦିକା ବନସ୍ମିତା ନାୟକ କହିଛନ୍ତି । ପୁନର୍ବାସ ସଂଯୋଜକ ସଞ୍ଜୀବ କୁମାର ଜେନା ପୁସ୍ତକ ୨ଟି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭିନ୍ନକ୍ଷମ ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ଅତିଥି ପରିଚୟ ପ୍ରଦାନ, ସଞ୍ଜୟ ମଥାନ ବେଦପାଠ ଏବଂ ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ସରୋଜ କୁମାର ମହାନ୍ତି, ନିରଞ୍ଜନ ମେକାପ, ଜାହିଦ ଖାଁ, ଅକ୍ଷୟ ପାଣି, ଶେଷଦେବ ଦାସ, ଗୈାତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!