Odian News
39

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ସମ୍ମିଳନୀ

ବ୍ରହ୍ମପୁର,୨୭/୧୧(ମନୋଜ କୁମାର ପାତ୍ର):ନିଖିଳ ଓଡ଼ିଶା ଗଞ୍ଜାମ ଜିଲ୍ଲା ପାଚକ ପାଚିକା ସଙ୍ଘର ଆଜି ମହାସଭା ବ୍ରହ୍ମପୁର ସ୍ଥିତ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ସାଙ୍ଗଠାନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଭର୍ଚ୍ଚୁଆଲରେ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟ ଆନୁକୂଲ୍ୟରେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ର ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛିଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ , ରାଜ୍ୟ ସଭା ସଂସଦ ତଥା ଶ୍ରମିକ ବୋର୍ଡ ର ମହା ସଚିବ ଶ୍ରୀ ସୁବାସ ସିଂ, ରାଜ୍ୟ ଶ୍ରମିକ ବୋର୍ଡ ର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟ ନଗର ବିଧାୟିକା ଶ୍ରମତୀ ଲତିକା ପ୍ରଧାନ,ସୋରଡା ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ସ୍ୱାଇଁ ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା,ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାସ ମହାରଣା ମହିଳା ନେତ୍ରୀ ସଙ୍ଘମିତ୍ରା ଦଳେ,ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ,ବରିଷ୍ଠ ବିଜେଡି ନେତା ଜଗନ୍ନାଥ ସାବତ,ମମତା ବିଷୋୟୀ,ଏମ୍.ସୁଜାତା ପାତ୍ର, ଜ୍ୟୋଛନ୍ନl ପାଢ଼ୀ, ତୁମ୍ଭନାଥ ପଣ୍ଡା, ସୋନାଲି ଗନ୍ତାୟତ,ରିତାରାଣୀ ଜେନା, ମଞ୍ଜୁଶ୍ରୀ ଦଳାଇ, ରିତା ମହାନ୍ତି, ମନୋଜ କୁମାର ମହାପାତ୍ର ଙ୍କ ସମେତ ବିଜୁ ଶ୍ରମିକ ସଙ୍ଘଠନ ଓ ପାଚକ ପାଚିକା ଜିଲ୍ଲା ଓ ରାଜ୍ୟସ୍ତରର ନେତୃବୃନ୍ଦ ଯୋଗଦେଇ ପାଚକ ପାଚିକା ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!