Odian News
38

ବାଚସ୍ପତିଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ

 ବ୍ରହ୍ମପୁର-୨୮/୧୧(ମନୋଜ କୁମାର ପାତ୍ର): ମାନ୍ୟବର ଓଡ଼ିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ତିନିଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଜି ଅନ୍ତିମ ଦିବସ ଅବସରରେ ନିଜ ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଘଲଟି ଓ କଙ୍କିଆ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦାନ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ବ୍ରହ୍ମପୁର ସର୍କିଟ ହାଉସରୁ ସକାଳ ସାଢେ ୯ଟାରେ ବାହାରି ବାଘଲଟି ପଞ୍ଚାୟତରେ ପହଞ୍ଚିଥିଲେ।ଏହି ଅଵସରରେ ସ୍ଥାନୀୟ ସରପଞ୍ଚ ସାରଥୀ ପ୍ରସାଦ ଗୌଡଙ୍କ ସମେତ ଉପସ୍ଥିତ ଥିବା ଶତାଧିକ ଦଳୀୟ କର୍ମୀ ଓ ଗ୍ରାମବାସୀ ବାଚସ୍ପତି ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାଘଲଟି ପାଞ୍ଚୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ପ୍ରଥମେ ମଦନମୋହନ ପୁର ଗ୍ରାମର ନୂତନ ଅଙ୍ଗନବାଡି ଗୃହ ଉଦଘାଟନ କରିଥିଲେ ।ପରେ ଜି ମୋନାହରା ଗ୍ରାମରେ ପହଞ୍ଚି ନୂତନ କଲ୍ୟାଣମଣ୍ଡପ ଉଦଘାଟନ କରିଥିଲେ ।ସେହିପରି କୁସୁମିରେ ନୂତନ କଲ୍ୟାଣମଣ୍ଡପ, ବଜାର ଗୃହ ଓ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରିଥିଲେ।ପରିଶେଷରେ ସରପଞ୍ଚଙ୍କ ନିଜ ଗ୍ରାମ ବାଘଲଟିରେ ପହଞ୍ଚି ନୂତନ କଲ୍ୟାଣମଣ୍ଡପ ଓ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରିଥିଲେ । ସେଠାରୁ ବାହାରି ଶ୍ରୀ ପାତ୍ର କଙ୍କିଆ ପଞ୍ଚାୟତରେ ପହଞ୍ଚି ପ୍ରଥମେ ରାମେଶ୍ୱର କଲ୍ୟାଣ ମଣ୍ଡପ, ରାଜୀବ ସେବା କେନ୍ଦ୍ର ଓ ପାଠାଗାର ଗୃହ ଉଦଘାଟନ କରିଥିଲେ ।ଏହାପରେ ପୁରୁଣା ପାଟଣାରେ ପହଞ୍ଚି ନୂତନ କଲ୍ୟାଣମଣ୍ଡପ ଓ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରିଥିଲେ।ଏହାପରେ ବାଣିଆମାରି ଗ୍ରାମରେ ପହଞ୍ଚି ନୂତନ ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କରିଥିଲେ।ସରକୋଟ ଗ୍ରାମରେ ପହଞ୍ଚି ପାଣି ଟ୍ୟାଙ୍କି ଉଦଘାଟନ କରିଥିବା ବେଳେ ଏକ ମିନି ଚିକିତ୍ସାଳୟ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପରିଶେଷରେ ମିତ୍ରପୁର ଗ୍ରାମରେ ନୂତନ କଲ୍ୟାଣମଣ୍ଡପ ଉଦଘାଟନ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ଗୋଷ୍ଟି ଭିତ୍ତିକ ପାଇପ ଜଳ ଯୋଗାଣ ଓ ପରିମଳ ପ୍ରକଳ୍ପ ଜରିଆରେ ନିର୍ମାଣ ହୋଇଥିବା ପାଣି ଟ୍ୟାଙ୍କ ଉଦଘାଟନ କରିଥିଲେ ।ବାଚସ୍ପତିଙ୍କ ଗସ୍ତ ସମୟରେ ସମ୍ମାନିତ ଅତିଥି ରୂପେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ, ସାଂସଦ ପ୍ରତିନିଧି ରଘୁପ୍ରସାଦ ପାତ୍ର,କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ,ସିଡିପିଓ କୁସୁମ କୁମାରୀ ସାହୁ ,ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର ,ବରିଷ୍ଠ ବିଜେଡି ନେତା ଯତୀନ୍ଦ୍ର ପାତ୍ର, କଙ୍କିଆ ସରପଞ୍ଚ ପୁଷ୍ପାଞ୍ଜଳି ମଲ୍ଲିକ, କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା ,ଦକ୍ଷିଣପୁର ସରପଞ୍ଚ ବିଷ୍ଣୁ ପ୍ରିୟା ପାତ୍ର ,ଲୋଚାପଡା ସରପଞ୍ଚ ମିନତୀ ବେହେରା ,ଗୁରୁଣ୍ଠି ସରପଞ୍ଚ ମିନତୀ ପାତ୍ର ,ବନ୍ତପଲ୍ଲୀ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁ ,ବାଲିପଡା ସରପଞ୍ଚ ଉମା ଶଙ୍କର ସାମଲ ,ମହୋଡା ସରପଞ୍ଚ ସଞ୍ଜୟ କୁମାର ସାହୁ,ବାଘଲଟି ସମିତି ସଭ୍ୟା ନମିତା ପାତ୍ର ,କୃଷ୍ଣଚନ୍ଦ୍ର ଗୌଡ଼,କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ପ୍ରଧାନ, ଅଚ୍ୟୁତାନନ୍ଦ ପଟ୍ଟନାୟକ,ପିଇଓ ଅଶୋକ କୁମାର ପଟ୍ଟନାୟକ ,ଜି ଆର ଏସ୍ କେ. ଗଣେଶ ,ବ୍ଲକ ଯୁବକ ସଙ୍ଘ ସଭାପତି ସଞ୍ଜୟ କୁମାର ସାହୁ , ଗୋପାଳ କୃଷ୍ଣ ସାହୁ ,ଛାତ୍ର ସଙ୍ଘ ସଭାପତି ରାଧାମୋହନ ସେଠି,ଚିଣ୍ଟୁ ପଟ୍ଟନାୟକ, ଦେବରାଜ,ଗୋବିନ୍ଦ ଗୌଡ଼,ବାବୁଲା ସାହୁ, ବିଷ୍ଣୁ ଚରଣ ନାୟକ,ଚନ୍ଦ୍ର ଶେଖର ନାୟକ, ସୁଦାମ ସାହୁଙ୍କ ସମେତ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!