Odian News
49

କଂଟପଡା ପଂଚାୟତରେ ବିଜେଡିର ନିର୍ବାଚନ ବୈଠକ, ବିଜେଡ଼ିରେ ଯୋଗଦେଲେ ୪୦ ପରିବାର

ରାଜକନିକା,୨୮/୧୧:ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପୂର୍ବରୁ ରାଜକନିକା ପଂଚାୟତ ସମିତିର ସଦର କଂଟପଡା ଗ୍ରାମ ପଂଚାୟତର କାଳିକାପୁର ମା’ କାଳୀଙ୍କ ପୀଠରେ ରବିବାର ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ ଏବଂ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜକନିକା ବ୍ଳକ୍ ବିଜେଡ଼ି ସଭାପତି ବିଦ୍ୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଶ୍ରଣପର୍ବରେ ରାଜକନିକା ପଂଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ଦାସ ଏବଂ ବିଧାୟକଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସଙ୍କ ସମେତ ବହୁ ବରିଷ୍ଠନେତାମାନେ ଯୋଗଦେଇ ଆଗାମୀ ଦିନରେ ଗାଁର ଉନ୍ନତିରେ ସହାୟକ ହେବା ପାଇଁ ତୃଣମୂଳସ୍ତରରୁ କର୍ମୀମାନେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆନୁଗତ୍ୟ ପ୍ରଦାନ କରି ବିଜେଡ଼ି ସାଧାରଣ ଲୋକମାନଙ୍କ ଆଜି ସାହା ଭରସା ପାଲଟିଛି । ଆଜି ଅନୁଷ୍ଠିତ ମିଶ୍ରଣପର୍ବରେ କଣ୍ଟପଡ଼ା ଗ୍ରାମପଂଚାୟତର ଜନପ୍ରତିନିଧି ଗୋଲେଖ ଚନ୍ଦ୍ର ମାହୁନ୍ତ,ସାଧୁ ଚରଣ ମଳିକ,ବଳରାମ ବେହେରା,ଅଭିମନ୍ୟୁ ମଳିକ,ମୂରଲୀଧର ବେହେରା,ଦାମୋଦର ନାୟକ,ବିଶ୍ୱରଂଜନ ଦାସ,ସୂର୍ଯ୍ୟକାନ୍ତ ମହାନ୍ତି,ସୁଦାମ ମଳିକ,ଧନୁର୍ଜୟ ମଳିକ,ବଳଦେବ ଦାସ,ସନ୍ଥଚରଣ ମଳିକ,ଅଶୋକ କୁମାର ମଲିକ,ସୋମନାଥ ବାରିକ, ଗଗନ ବିହାରୀ ବିଶ୍ୱାଳ, ମୁନା ଜେନା, କୈଳାସ ଜେନା, ସୁରେଶ ଜେନା ଏବଂ ଅଧିବାସ ବେହେରାଙ୍କ ସହିତ ୪୦ ଜଣ କର୍ମୀ ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏହି ନୂତନ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ । ରାଜକନିକା ବ୍ଲକ୍ ବିଜେଡ଼ିର ସଂପାଦକ ଭବାନୀ ଶଙ୍କର ରାୟ, ବିଜେଡ଼ି ନେତା ଅଜୟ କୁମାର ନାୟକ, ପ୍ରାକ୍ତନ ସମିତି ସଭ୍ୟ ଭରତ ଚନ୍ଦ୍ର ମହାପାତ୍ର, ରାଜକନିକା ବ୍ଲକ୍ ଯୁବ ବିଜେଡ଼ି ସଭାପତି ଅୟସ ସାମଲ, ଯୁବନେତା ଟୁକୁ ବେହେରା ଏବଂ ତନ୍ମୟ ରଂଜନ ଦାସ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେଡ଼ି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବାକୁ ଜନମତ ସୃଷ୍ଟି କରିବାକୁ କର୍ମୀମାନଙ୍କୁ ଆଲୋକପାତ୍ କରିଥିଲେ । ଏହି କର୍ମୀ ସମ୍ମିଳନୀରେ କଣ୍ଟପଡ଼ା ଗ୍ରାମ ପଂଚାୟତର ସମସ୍ତ ୱାର୍ଡ଼ର ବିଜେଡ଼ି କର୍ମୀମାନେ ଯୋଗଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!