Odian News
76

ରାଜକନିକା ମିଶନ ଶକ୍ତି କାଫେ ବୁଲିଦେଖିଲେ ନୂଆପଡ଼ା ଜିଲାର ପ୍ରତିନିଧି ଦଳ

ରାଜକନିକା,୨/୧୨ : ରାଜକନିକା ବ୍ଲକ୍ ପରିସରରେ କେନ୍ଦ୍ରାପଡ଼ା ଜିଲାପାଳ ଅମୃତ ଋତୁରାଜଙ୍କ ପ୍ରୋତ୍ସାହନ ଏବଂ ରାଜକନିକା ତତ୍କାଳୀନ ବିଡ଼ିଓ ଅଶୋକ କୁମାର ମହାନ୍ତିଙ୍କ ପ୍ରଚେଷ୍ଠାରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଥିଲା । ଏହି କାଫେକୁ ମିଶନ ଶକ୍ତିର ମହିଳାମାନେ ପରିଚାଳନା କରି ବେଶ୍ ଲାଭବାନ ହେବା ସହିତ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି । ତତ୍କାଳୀନ ବିଡ଼ିଓଶ୍ରୀ ମହାନ୍ତିଙ୍କୁ ଜିଲାପାଳ ପ୍ରଶଂସା କରିବା ସହିତ ରାଜକନିକାରେ ଏଭଳି କାଫେ ରାଜ୍ୟରେ ଏକ ଆଦର୍ଶ ଭାବେ ସ୍ଥାନ ପାଇବା ନେଇ ମଧ୍ୟ ଟୁଇଟ୍ କରିଥିଲେ । ଫଳରେ ନୂଆପଡ଼ା ଜିଲାରେ ପ୍ରଥମ କରି ମହିଳାମାନଙ୍କ ଦ୍ୱାରା ହେବାକୁ ଥିବା ମିଶନ ଶକ୍ତିର କାଫେ ପରିଚାଳନା ସହିତ କାଫେର ନିର୍ମାଣ ଶୈଳୀକୁ ଗୁରୁବାର ପରିଦର୍ଶନ କରିଛନ୍ତି । ନୂଆପଡ଼ା ଜିଲାପାଳ ଏହି ପ୍ରତିନିଧି ଦଳ ବୁଲି ଆସିବା ନେଇ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଆଜି ସକାଳେ ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜକ କୈଳାସ ସେନାପତି ନୂଆପଡ଼ା ଜିଲା ପ୍ରକଳ୍ପ ସଂଯୋଜକ ରାମ ପାଣ୍ଡିଙ୍କ ସହିତ ମହିଳା ପ୍ରତିନିଧି ଦଳ ରାଜକନିକା ବ୍ଲକ୍ ପରିସରରେ ପହଂଚିଥିଲେ । ରାଜକନିକା ବ୍ଲକ୍‌, ମିଶନ ଶକ୍ତି ସଂଯୋଜକ ସୁଶାନ୍ତ କୁମାର ମଲ୍ଲିକ, ରାଜକନିକା ବ୍ଲକ୍ ମଣ୍ଡଳସ୍ତରୀୟ ମହାସଂଘର ସଂପାଦିକା ଅନ୍ନପୂର୍ଣ୍ଣା ବେହୁରିଆ ଏବଂ ସଭାନେତ୍ରୀ ସଂଯୁକ୍ତା ଶତପଥୀ ନୂଆପଡ଼ା ପ୍ରତିନିଧି ଦଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପ୍ରତିନିଧି ଦଳ ରାଜକନିକା ବ୍ଲକ୍‌ର ମିଶନ ଶକ୍ତିର କେଫ୍ ବୁଲିଦେଖିବା ସହିତ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଏହା ସହିତ ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ସୁନ୍ଦର ପରିପାଟୀ ସହିତ ମହିଳାମାନଙ୍କ ଉଦ୍ୟମରେ ଏଭଳି କାଫେ ପରିଚାଳନା ହେଉଥିବାରୁ ପ୍ରତିନିଧି ଦଳ ପ୍ରଶଂସା କରିବା ସହିତ ଜିଲାପାଳଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ନୂଆପଡ଼ା ଜିଲା ପ୍ରତିନିଧି ଦଳ ରାଜକନିକା ବ୍ଳକ୍ ପରିଦର୍ଶନ କରିବା ଅବସରରେ କବାଟ ନଥିବା ଗାଁ ସିଆଳିଆ ଏବଂ କନିକା ରାଜପ୍ରାସାଦ ବୁଲି ଦେଖିଥିଲେ । ରାଜକନିକା ବ୍ଲକ୍‌ରେ ଏଭଳି କାଫେ ଆମକୁ ଅନୁପ୍ରାଣିତ କରିଛି । ରାଜକନିକାର ପରିବେଶ, ରାଜପ୍ରାସାଦ, କବାଟ ନଥିବା ଗାଁ ଆମକୁ ଅଧିକ ଆନନ୍ଦ ଦେଇଛି । ନୂଆପଡ଼ା ଜିଲାରେ ପ୍ରତି ବ୍ଲକ୍ ରେ ଏଭଳି ଅଭିଜ୍ଞତା ନେଇ ଆମେ କାଫେ କାର୍ଯ୍ୟକାରୀ କରିବୁ ବୋଲି ପ୍ରତିନିଧି ଦଳ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!