Odian News
65

ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘ ତରଫରୁ ଡିଇଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ

 ବ୍ରହ୍ମପୁର-୦୩/୧୨:(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲା ଶିକ୍ଷା କର୍ମଚାରୀ ସଂଘ ତରଫରୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତିର ଅହେତୁକ ବିଳମ୍ବକୁ ବିରୋଧ କରି ସଂଘ ତରଫରୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରିଣୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଜିଲ୍ଲାପାଳ, ଗଂଜାମଙ୍କ ବିଭିନ୍ନ ଚିଠି ସତ୍ତ୍ବେ କେବଳ କ୍ରମୋନ୍ନତି ତାଲିକା ପ୍ରକାଶ କରି ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କ କାର୍ଯ୍ୟାଳୟ ପଦୋନ୍ନତି ଦେବାରେ ଅହେତୁକ ବିଳମ୍ବ କରି ଚାଲିଛନ୍ତି । ଫଳରେ କିଛି କର୍ମଚାରୀ ନିଜ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚୀତ ହୋଇ ଅବସର ଗ୍ରହଣ କରିସାରିଲେଣି । ତେଣୁ ଶିକ୍ଷା କର୍ମଚାରୀ ସଂଘ, ଗଞ୍ଜାମ ଆନୁକୂଲ୍ୟରେ ସଭାପତି ଶ୍ରୀ ଅଜିତ କୁମାର ସାବତଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ ସଭ୍ୟ ସଭ୍ୟା ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କ କାର୍ଯ୍ୟାଳୟରେ ପହଂଚି ଉକ୍ତ ନ୍ୟାୟୋଚିତ ପଦୋନ୍ନତି ଯଥା ଶୀଘ୍ର ଦେବା ନିମନ୍ତେ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷାଧ୍ୟାକାରିଣୀ ଶ୍ରୀମତୀ ବିନିତା ସେନାପତିଙ୍କୁ ପ୍ରଦାନ କରିଥିଲେ । ପଦୋନ୍ନତିରେ ଅହେତୁକ ବିଳମ୍ବ ଯୋଗୁଁ କୁହୁଳୁ ଥିବା ଅସନ୍ତୋଷ ଉଗ୍ର ରୂପ ନେବା ପୂର୍ବରୁ ଯଥାଶୀଘ୍ର ୧୦ ଦିନ ମଧ୍ୟରେ ପଦୋନ୍ନତି ତାଲିକା ପ୍ରକାଶ କରିବାର ବ୍ୟବସ୍ଥା କରିବାକୁ କ୍ଷୋଭର ସହ ସଂଘର ସଦସ୍ୟ ସଦସ୍ୟାମାନେ ଅନୁରୋଧ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନିତା ସେନାପତି ସମସ୍ତଙ୍କ କଥା ଶୁଣି ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ । ଏଥିରେ ସଂଘର ସନ୍ତୋଷ କୁମାର ପାତ୍ର, ସଞ୍ଜୟ କୁମାର ହୋତା, ରିନା କୁମାରୀ ଶତପଥ, ସାବିତ୍ରୀ ବେହେରା, ଜିତେନ୍ କୁମାର ଦାସ, କେ. ଶରତ କୁମାର ଏବଂ ସଂପାଦକ ଦିସ୍ତୀ ନାରାୟଣ ବେହେରାଙ୍କ ସହିତ ୫୦ରୁ ଉର୍ଦ୍ଧ୍ଵ ଅନ୍ୟାନ୍ୟ ସଦସ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!