Odian News
60

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ନୂଆଦଲ୍ଲୀ, ୦୪/୧୨:ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ । ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସେ ପ୍ରାଣ ହରାଇଛନ୍ତି । ବିନୋଦ ଦୁଆଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ଝିଅ ମଲ୍ଲିକା ଦୁଆ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ମହାମାରୀକୁ ହରାଇବା ପରେ ତାଙ୍କଠାରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଥିଲା । ତେଣୁ ତାଙ୍କୁ ନିକଟରେ ପୁଣି ଥରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ପୂର୍ବରୁ ହିଁ ବିନୋଦ ଦୁଆଙ୍କ ମୃତ୍ୟୁ ସମ୍ପର୍କରେ ଗୁଜବ ହୋଇଥିଲା, ଆଉ ସେତେବେଳେ ତାଙ୍କ ଝିଅ ଏକଥାକୁ ମିଛ ବୋଲି କହିଥିଲେ ।ଲୋଧି ଶ୍ମଶାନ ଘାଟରେ ବିନୋଦ ଦୁଆଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ଝିଅ କହିଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପିତାଙ୍କୁ ହରାଇବାର ଦୁଃଖ ବଖାଣିଛନ୍ତି ମଲ୍ଲିକା ଦୁଆ । ସେ ଲେଖିଛନ୍ତି ନିର୍ଭୀକ ତଥା ଅସାଧାରଣ ମଣିଷଙ୍କ ଦେହାନ୍ତ ହୋଇଛି । ଏବେ ସେ ମା’ଙ୍କ ସହ ସ୍ୱର୍ଗରେ ରହିବେ । ମଲ୍ଲିକାଙ୍କ ମା ଚଳିତ ବର୍ଷ କରୋନା ଭାଇରସରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!