Odian News
40

କ୍ଷେତରେ ଶୋଇପଡ଼ିଲା ଚାଷୀର ବର୍ଷକ ଆହାର

ରାଜକନିକା,୫/୧୨:ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି। ବାତ୍ୟା ସିନା ଦୁର୍ବଳ ହେଲା କିନ୍ତୁ ବର୍ଷା ଦେଇଦେଲା ଦୁଃଖ। ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଚାଷଜମି ପାଣିରେ ବୁଡ଼ିକି ରହିଛି। ଚାଷୀର ବର୍ଷକର ପରିଶ୍ରମ ଫଳ ଆଜି ନଷ୍ଟଭ୍ରଷ୍ଟ ହୋଇପଡ଼ିଛି। କାଲି ଓ ଆଜି ସକାଳୁ ବଡ଼ ବର୍ଷା ହେବା ପରେ ବିଲକୁ ଧାଇଁଛନ୍ତି ଚାଷୀ। ଭିତରେ ଥିବା ଦୁଃଖକୁ ବଖାଣିଛନ୍ତି ରାଜକନିକା ବ୍ଲକର ୨୯ ଗ୍ରାମ ପଞ୍ଚାୟତଯ ଚାଷୀ।  ଏନେଇ ଶିଶୁଆ ଗ୍ରାମର ଜଣେ ଚାଷୀ ଗଜନନ ମଲ୍ଲିକ  କହିଛନ୍ତି-  ଆମେ ସୁନା କିଛି ବନ୍ଧା ପକେଇ ଚାଷ କରିଥିଲୁ। ଅନେକ ମଧ୍ୟ ବ୍ୟାଙ୍କରୁ ଲୋନ୍‌ରୁ ଆଣି ଚାଷ କରିଥିଲେ। ଆଉ ଆଶା ଥିଲା, ବିକ୍ରି କରି ତାର ପରିବାର ପୋଷିବୁ କିନ୍ତୁ ତାହା ହୋଇପାରିଲା ନାହିଁ। ଯେଉଁ ଧାନ ଚାଷଜମିରେ ରହିଯାଇଛି, ସେହି ଧାନକୁ ଆଉ କେବେ ନେଇପାରିବୁ ନାହିଁ। କାଳିକାପୁର ଗ୍ରାମର ଜଣେ ଚାଷୀ ଗୌରହରି ଦାସ କହିଛନ୍ତି, ଧାନ ସବୁ ପାଣିରେ ବୁଡ଼ିଯାଇଛି। ସେଠାରେ ସେସବୁ ପାଚି ଯାଇ ଗଜା ହେବ। ଫସଲ ଅମଳ କରିବା ପାଇଁ କୌଣସି ରାସ୍ତା ନାହିଁ। ଆମ ବର୍ଷକ ଆହାର, ରୋଜଗାର ସବୁ ଚାଲିଗଲା। ଯେଉଁ ଚାଷୀ ଅନ୍ୟକୁ ଖାଦ୍ୟ ଯୋଗାଏ, ସେ ନିଜେ ହିଁ ଖାଇବାକୁ ପାଇବନି।  ସେହିଭଳି ରାଜକନିକା ବ୍ଲକର ଶହ ଶହ ଚାଷୀଙ୍କ ଲୁହଭିଜା ନିବେଦନ କରିଛନ୍ତି। କାରଣ କିଏ ମୁଗ ତ କିଏ ବିରି, କିଏ ବାଇଗଣ ତ କିଏ ଧାନ ଚାଷ କରିଥିଲେ ମାଟି ସହ ମାଟି ହୋଇ। ସେହି ହାଡ଼ଭଙ୍ଗା ପରିଶ୍ରମର ଫଳ ଏବେ ବର୍ଷାରେ ନଷ୍ଟ ହେବାକୁ ବସିଛି। ଦୁର୍ବଳ ହେଉଛି ବାତ୍ୟା, ହେଲେ ଚାଷୀଙ୍କ ବଢ଼ିଛି ଦୁର୍ଦ୍ଦଶା।  ବାତ୍ୟା ଜୱାଦର ପ୍ରଭାବରେ ଗତରାତିଠୁ ଜାରି ରହିଥିବା ବର୍ଷା ମାଡ଼ରେ ପାଚିଲା ଧାନକେଣ୍ଡା ଗୁଡ଼ିକ ଶୋଇପଡ଼ିଲାଣି କ୍ଷେତରେ। ଚାରିଆଡ଼େ ଏବେ କେବଳ ପାଣି। ଚାଷୀ ଅମଳ ଆଶା ଛାଡ଼ି ଦେଇଛି।   କେମିତି ପରିବାର ଚଲାଇବ ସେହି ଚିନ୍ତାରେ ରହିଛନ୍ତି ଚାଷୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!