Odian News
91

ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୦୬/୧୨:ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି କେନ୍ଦ୍ର ସରକାର । ବରିଷ୍ଠ ପ୍ରଶାସକ ଅଳକା ଉପାଧ୍ୟାୟଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । ସେ ଏବେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ବନ୍ଦର ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୀବ ବନ୍ଦୋପାଧ୍ୟାୟଙ୍କୁ ଅନୁର୍ଦେଶୀୟ ଜଳପଥ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ମିଳିଛି । ଧର୍ମେନ୍ଦ୍ର ଏସ ଗଙ୍ଗୱାରଙ୍କୁ ସୀମା ପରିଚାଳନା ବିଭାଗର ସଚିବ ଦାୟିତ୍ୱ। ସନ୍ଦୀପ କୁମାର ନାୟକଙ୍କୁ ଜାତୀୟ ଉତ୍ପାଦକ ନିଗମର ଡିଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।୧୯୮୮ ଆଇଏଏସ ଅଧିକାରୀ ଉପମା ଶ୍ରୀବାସ୍ତବଙ୍କୁ ଜାତୀୟ ଜନଜାତି କମିଶନର ସଚିବ ଦାୟିତ୍ବ, ଜୁଥୁକା ପାଟନାକରଙ୍କୁ ଜାତୀୟ ସୂଚନା କମିଶନରେ ସଚିବ ଦାୟିତ୍ୱ, ଅନିତା ପ୍ରବୀଣଙ୍କୁ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଦାୟିତ୍ଵ ମିଳିଛି । ଜି ଅଶୋକ କୁମାର ସ୍ବଚ୍ଛ ଗଙ୍ଗା ଜାତୀୟ ମିଶନର ଡିଜି ଦାୟିତ୍ଵ, ନୀଲମ ସାମି ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଅତିରିକ୍ତ ସଚିବ ପଦ ସମ୍ଭାଳିବେ । ହରି ରଞ୍ଜନ ରାଓଙ୍କୁ ଟେଲି କମ୍ୟୁନିକେସନ ବିଭାଗର ଅତିରିକ୍ତ ସଚିବ ଓ ଆଇଏଏସ ଅଫିସ ଶ୍ୟାମଲ ମିଶ୍ରଙ୍କୁ ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଦାୟିତ୍ବ ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!