Odian News
59

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ଵର, ୦୬/୧୨ : ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।

ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଜଣେ ପରେ ଜଣେ ହେଭିୱେଟ୍ ନେତା କଂଗ୍ରେସ ଛାଡୁଛନ୍ତି। ନିକଟରେ କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ ଦଳ ଛାଡିଥିବା ବେଳେ ଏବେ ପ୍ରଫୁଲ୍ଲ ମାଝୀ ଦଳରୁ ବହିଷ୍କୃତ ହୋଇଛନ୍ତି। ତେବେ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି।

ତଳସରାର ପୂର୍ବତନ ଲୋକପ୍ରିୟ କଂଗ୍ରେସ ବିଧାୟକ ଗଜାଧର ମାଝୀଙ୍କ ଝିଆରୀ ଜ୍ଵାଇଁ ଡ. ପ୍ରଫୁଲ୍ଲ ମାଝୀ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୦୬ ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ହେବାପରେ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!