Odian News
66

ଦିଲ୍ଲୀରେ ମୋଦୀ-ପୁଟିନ୍ ଭେଟ

ନୂଆଦିଲ୍ଲୀ ୦୬।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ସୁଦୃଢ ହୋଇଛି। କରୋନା ବିରୋଧୀ ଲଢେଇରେ ଭାରତକୁ ରୁଷର ସହଯୋଗ  ମିଳିଛି। ପ୍ରଥମରୁ ହିଁ ପ୍ରତିରକ୍ଷା ସହଯୋଗ ମିଳି ଆସିଛି ଏବଂ ରଣନୈତିକ ଭାଗିଦାରୀ ମଜବୁତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ କିଛି ଦଶନ୍ଧିରେ ଦୁନିଆରେ ଅନେକ ମୌଳିକ ପରିବର୍ତ୍ତନ ଘଟିଛି। ଅନେକ ପ୍ରକାରର ବିଷମ ଭୂ ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି। ମାତ୍ର  ଭାରତ  ଓ ରୁଷ ମଧ୍ୟରେ ବନ୍ଧୁତା ବଳବତ୍ତର ରହିଛି। ଭାରତ ଓ ରୁଷ ମଧ୍ୟରେ ସମ୍ବନ୍ଧ ବାସ୍ତବରେ ଅନ୍ତର୍ଜାତୀୟ ମିତ୍ରତାର ଏକ ବିଶ୍ଵସନୀୟ ମୋଡେଲ୍। ଆର୍ଥିକ ମୋର୍ଚ୍ଚାରେ ଉଭୟ ଦେଶ ସଶକ୍ତ ହୋଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ଆଗେଇ ଯାଇଛୁ ବୋଲି ମୋଦୀ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!