Odian News
31

ଯାଜପୁର, ଦଶରଥପୁର ବାଳିକା ବିଦ୍ୟାଳୟର ୯ଜଣ ଛାତ୍ରୀ ପଜିଟିଭ ଚିହ୍ନଟ

ଯାଜପୁର ୭।୧୨: ଯାଜପୁରରେ ବ୍ୟାପିଲା କରୋନା । ଦଶରଥପୁର ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।  ସମସ୍ତଙ୍କୁ ସ୍ବତନ୍ତ୍ର ଗୃହରେ ଆଇସୋଲେସନରେ ରଖାଯାଇଛି । ଏ ନେଇ ମଙ୍ଗଳପୁର ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦଶରଥପୁର ବ୍ଲକ୍ ମଙ୍ଗଳ ବିଭାଗ ଅଧିନସ୍ଥ ଦଶରଥପୁର ବାଳିକା ବିଦ୍ୟାଳୟର ୯ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲର ମୋଟ୍ ୧୯୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି । ବୁଧବାର ସ୍କୁଲକୁ ସାନିଟାଇଜ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!