Odian News
45

ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢଉ

ଭୁବନେଶ୍ୱର୭/୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି। ଦୁର୍ନୀତି ନିବାରଣ ବିଭାଗ କଟକର ସ୍ୱତନ୍ତ୍ର ଅଦାଲତଙ୍କ ପକ୍ଷରୁ ଜାରି ୱାରେଣ୍ଟ ବଳରେ ଓଏସଏପି ଷଷ୍ଠ ବାଟାଲିଅନ କଟକର ସିପାହୀ ସହଦେବ ପରିଡାଙ୍କର ସରକାରୀ ବାସଭବନ ସମେତ ତାଙ୍କ ପୈତୃକ ସ୍ଥାନରେ ମଧ୍ୟ ଚଢଉ କରାଯାଇଥିଲା। ଏଥିରେ ୩ ଜଣ ଡିଏସପି, ୯ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ଏକ ସମୟରେ କଟକ ତିନିଘରିଆ ଛକରେ ତାଙ୍କର ଏକ ତିନିମହଲା ଘର, ଗଣ୍ଡରପୁରରେ ଏକ ଆଜବେଷ୍ଟସ ଘର, ପୁରୀ ଚନ୍ଦନପୁରରେ ପୈତୃକ ଘର ସହିତ ପୁରୀ ମାଳତିପାଟପୁରସ୍ଥିତ ଶ୍ୱଶୁରଙ୍କ ଘର ଉପରେ ଚଢଉ କରାଯାଇଥିଲା। ତାଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା, ୪ଟି ଦୁଇଚକିଆ ଗାଡି, ୧୭ଟି ବ୍ୟାଙ୍କ ପାସବୁକ ଜବତ କରାଯାଇଛି। ସେହିଭଳି ସିପାହୀ ସହଦେବ ପରିଡାଙ୍କ ନାମରେ ଭୁବନେଶ୍ୱର ପାଣ୍ଡରା ମୋ÷ଜାରେ ଏକ ଜମି, ମାଳତିପାଟପୁରରେ ତାଙ୍କ ପତ୍ନୀଙ୍କ ନାମରେ ଏକ ଜମି, କଣ୍ଟିଲୋ ମୋ÷ଜାରେ ଜମି, କଟକ ଗୋପାଳପୁରରେ ତାଙ୍କ ପୁଅ କିଶାନ ପରିଡାଙ୍କ ନାମରେ ଜମି, କଟକ ଗଣ୍ଡରପୁରରେ ତାଙ୍କ ନାମରେ ଏକ ଜମି ଥିବା ଜଣାଯାଇଛି। ଏବେମଧ୍ୟ ଚଢଉ ଜାରି ରହିଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!