Odian News
38

ଭିଜିଲାନ୍ସ ଜାଲରେ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ

ଭୁବନେଶ୍ୱର ,୭।୧୨: ଭିଜିଲାନ୍ସ ଜାଲରେ   ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (ଓଏସଏପି)ର ଜଣେ ସିପାହୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିପାହୀ ସହଦେବ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଇଛି । ଏହି ଚଢ଼ାଉ ସମୟରେ ସହଦେବଙ୍କ ଘରୁ ଭିଜିଲାନ୍ସ ଟିମ୍ ୨ ଲକ୍ଷ ୯୪ ହଜାର ୬୦୦ ଟଙ୍କା ଜବତ କରିଛି । ଏଥିସହିତ ୪ଟି ଫ୍ଲାଟ, ୪ଟା ଦୁଇ ଚକିଆ ଯାନ, ସୁନା, ରୂପା ଆଦି ଗହଣା ଜବତ କରାଯିବା ସହ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ସ୍ପଷ୍ଟ ହୋଇଛି ।ଭିଜିଲାନ୍ସ ଟିମ ପକ୍ଷରୁ ଏହି କରିତକର୍ମ ସିପାହୀଙ୍କ କଟକ ଓ ପୁରୀର ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି । କଟକରେ ଥିବା ଓଏସଏପି ସରକାରୀ କ୍ୱାର୍ଟର୍ସ, କଟକ ତିନିଘରିଆ ଛକିରେ ଥିବା ୩ ମହଲା ବିଶିଷ୍ଟ ଘର, ଗନ୍ଦରପୁରରେ ଥିବା ଘର, ପୁରୀ ଚନ୍ଦନପୁରରେ ଥିବା ସମ୍ପର୍କୀୟଙ୍କ ଘର, ମାଳତିପାଟପୁରରେ ଥିବା ଶ୍ୱଶୁର ଘର ଆଦିରେ ଚଢ଼ାଉ କରାଯାଇଛି । ଏହି ବଡ଼ଧରଣର ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!