Odian News
40

ଓମିକ୍ରନ ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ :  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ,୭।୧୨:   ଓମିକ୍ରନ ଭାଇରସକୁ ନେଇ  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସତର୍କ ସୂଚନା ଜାରି। ହୁର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ୱାମୀନାଥନ ଏହି ଭାଇରସରେ ସଂକ୍ରମଣ ସମ୍ଭାବନା ୩ ଗୁଣ ବଢୁଥିବା ନେଇ ସୂଚନା ଦେଇଛନ୍ତି । ସ୍ୱାମୀନାଥନ କହିଛନ୍ତି ଏହି ନୂତନ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ତୁଳନାରେ ଅଧିକ ମାରାତ୍ମକ । ପ୍ରଥମ ଥର ସଂକ୍ରମିତ ହେବାରୁ ୯୦ ଦିନ ମଧ୍ୟରେ ସଂକ୍ରମିତ ହେବାର ସମ୍ଭାବନା ବଢିଥାଏ । ଏହି ଭାଇରସ ସମ୍ପର୍କରେ ଅଧିକ ରିସର୍ଚ୍ଚ ଜାରି ରହିଥିବା ବେଳେ ହୁ ପକ୍ଷରୁ ଏହି ତଥ୍ୟ ଭୟର ବାତାବରଣ ସୃଷ୍ଟି କରିଛି ।ଡେଲଟା ଭାରିଆଣ୍ଟର ଏପରି ଗୁଣ ପାଇଁ ଏହା ଅଧିକ ମାରାତ୍ମକ ରହିଥିଲା । ଥରେ ସଂକ୍ରମିତ ହେବା ପରେ ନିୟମିତ ଭାବରେ ସଂକ୍ରମିତ କରିବାର ସମ୍ଭାବନା ବୃଦ୍ଧି ପାଇଥିଲା । ବର୍ତ୍ତମାନ ସୁଦ୍ଧା ଓମିକ୍ରନର ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିବା ବେଳେ ଏହା ସ୍ପଷ୍ଟ ହୋଇନାହିଁ ବୋଲି କହିଛନ୍ତି ସ୍ୱାମୀନାଥନ । ଆସନ୍ତା ୨-୩ ସପ୍ତାହ ମଧ୍ୟରେ ଏହି ଆଶଙ୍କା ଉପରେ ସ୍ପଷ୍ଟ ସୂଚନା ମିଳିଯିବ ବୋଲି ସୌମ୍ୟା କହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ଭାଇରସ ଦ୍ୱାରା ଶିଶୁ ମାନେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ବୋଲି ସ୍ୱାମୀନାଥନ ମତ ଦେଇଛନ୍ତି । ଏହା ସହିତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟିଂ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ବର୍ତ୍ତମାନ ସମୟରେ ଟିକାକରଣ ହିଁ ଏହି ଭାରିଆଣ୍ଟ ବିପକ୍ଷରେ ଲଢିବାର ଏକମାତ୍ର ମାଧ୍ୟମ ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!