Odian News
54

ରାଜ୍ୟସ୍ତରୀୟ ବିପ୍ଳବୀ ଆନନ୍ଦ ଚନ୍ଦ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ସାଲେପୁର କ୍ରିକେଟ୍ କ୍ଲବକୁ ହରାଇ ବହୁରୂପା ବିଜୟୀ

ରାଜକନିକା, ୨୬/୧୨  : ରାଜକନିକା ବ୍ଲକ୍ ଅନ୍ତର୍ଗତ ଡାଳିକାଏନ୍ଦାର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଯୁବକ ସଂଘ ଓ ଗୁରୁବ୍ରଦର୍ସ ମୁମ୍ବାଇ ସହଯୋଗରେ ଅନୁଷ୍ଠିତ ୪୫ତମ ରାଜ୍ୟସ୍ତରୀୟ ବିପ୍ଳବୀ ଆନନ୍ଦ ଚନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଉଦଘାଟନୀ ଖେଳରେ ବହୁରୂପା କ୍ରିକେଟ କ୍ଲବ ରାଜକନିକା, ସାଲେପୁର କ୍ରିକେଟ୍ କ୍ଲବକୁ ୬୧ରନରେ ହରାଇ ସେମି ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ଟସ୍ ଜିଣି ପହୁରୂପା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୧ରନ ସଂଗ୍ରହ କରିଥିଲା । ଏହାର ଜବାବରେ ସାଲେପୁର କ୍ରିକେଟ୍ କ୍ଲବ ୧୭ ଓଭରରେ ସମସ୍ତ ୱିକେଟ ହରାଇ ୯୦ ରନ କରି ପରାଜିତ ହୋଇଥିଲା । ଆଜିର ଏହି ଉଦଘାଟନୀ ଖେଳରେ ମୁଖ୍ୟଅତିଥି ଭାବେ ରାଜକନିକା ଆଇଆଇସି ବିଲ୍ୱମଙ୍ଗଳ ସେଠୀ, ସମ୍ମାନିତ ଅତିଥି ଭାବେ ସିକୋ ପଞ୍ଚାୟତର ସରପଞ୍ଚ ଗାୟତ୍ରୀ ଜେନା, ଶିକ୍ଷାବିତ୍ ନବକିଶୋର ସୂତାର, ବସୁଦେବ ସ୍ୱାଇଁ, ବିଦ୍ୟାଧର ବେହେରା, ଗଙ୍ଗାଧର ପାଗଳ ଏବଂ ପଦ୍ମ ଚରଣ ରାଉତ ପ୍ରମୁଖ ଯୋଗଦେଇ ଥିଲେ । ଆଜିର ଖେଳରେ ଶ୍ରେଷ୍ଠ ଖେଳାଳୀ ଭାବେ ବହୁରୂପା ଦଳର ୪୫ରନ କରି ୨ଟି ୱିକେଟ ନେଇଥିବା ଶେଖର ଦାସଙ୍କୁ ଅତିଥିମାନେ ମ୍ୟାନ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ନିଗମାନନ୍ଦ ବେହେରା ଓ ବିପ୍ଳବ ବେହେରା ଖେଳକୁ ପରିଚାଳନା କରିଥିବା ବେଳେ ଯୁବକସଂଘର ସଭାପତି ପ୍ରମୋଦ ରାଉତ, ସମ୍ପାଦକ ସରୋଜ ବେହେରା, ସଂଯୋଜକ କୈଳାସ ଚନ୍ଦ୍ର ସେଠୀ, ଅମିତ୍ ଗୁରୁ, ପ୍ରଶାନ୍ତ ମହଲା, ଅମର ସ୍ୱାଇଁ ଏବଂ ଜୟପ୍ରକାଶ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!