Odian News
30

ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ,୧୧।୦୧:ବିଦେଶୀଙ୍କ ଉପରେ କଡ଼ା ନଜର , ଜାରି ହେଲା ନୂଆ ଗାଇଡଲାଇନ୍| ବିଶ୍ୱରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।   ଆମେରିକା, ଦକ୍ଷିଣ ଆଫ୍ରିକା, ୟୁକେ, ବ୍ରିଟେନ୍ ଭଳି ଦେଶରେ ସଂକ୍ରମଣ ପିକ୍ ରେ ରହିଛି । ପ୍ରତିଦିନ ସେଠାରୁ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଭାରତରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ସରକାର ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ଦେଶକୁ ଫେରିବା ପରେ ୭ ଦିନ ପାଇଁ ଘରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ ଓ ୮ ଦିନରେ ଆରଟିପିସିଆର୍ ଯାଞ୍ଚ କରିବା ବାଧ୍ୟତାମୁଳକ । ଓମିକ୍ରନ ମାମଲା ବଢ଼ୁଥିବାରୁ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଉପରେ କଟକଣା ବଢ଼ାଇବା ପାଇଁ ଓ ସଂକ୍ରମଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି । ତେଣୁ ଏହି ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଜାନୁଆରୀ ୧୧ ତାରିଖ ଅର୍ଥାତ୍ ଆଜି ଠାରୁ ଏହି ନୂତନ ଗାଇଡଲାଇନ୍ ଲାଗୁ କରାଯାଇଛି । ଯେଉଁ ଯେଉଁ ଦେଶରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି ସେହି ଦେଶରୁ ଫେରୁଥିବା ବିଦେଶୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଯାତ୍ରୀ ମାନେ ଆସିବା ପରେ ସେମାନଙ୍କ କୋଭିଡ୍ ପରୀକ୍ଷାକୁ ଅନିବାର୍ଯ୍ୟ କରାଯାଇଛି । ଏୟାରପୋର୍ଟରୁ ବାହାରକୁ ଯିବା ପାଇଁ ଅର୍ଥାତ୍ ଗନ୍ତବ୍ୟସ୍ଥଳକୁ ଯିବାପାଇଁ ବିମାନବନ୍ଦରରେ ହିଁ କୋଭିଡ୍ ରିପୋର୍ଟକୁ ଅପେକ୍ଷା କରିବାକୁ ହେବ । ଯେଉଁ ମାନଙ୍କ ରିପୋର୍ଟ ପଜିଟିଭ୍ ଆସିବ ସେମାନଙ୍କୁ କ୍ୱାରେଣ୍ଟାଇନ୍ କୁ ପଠାଯିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!