Odian News
25

ଆସନ୍ତା ୨ ମାସ କରୋନା ସଂକ୍ରମଣ ବଢ଼ିବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୨/୧ : କରୋନା ମହାମାରୀ  ମାଡ଼ିବାରେ ଲାଗିଛି । କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ଓ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆହୁରି ୨ ମାସ ସଂକ୍ରମଣ ବଢ଼ିବ ବୋଲି ସେ କହିଛନ୍ତି ।ତାଙ୍କ କହିବା ମୁତାବକ, ‘ରାଜ୍ୟରେ ଆହୁରି ୨ ମାସ ସଂକ୍ରମଣ ବଢ଼ିବା ଅବସ୍ଥାରେ ରହିବ । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ ରହିଛି । ଆଗକୁ ରୋଗୀ ସଂଖ୍ୟା ଦେଖି ବେଡ଼୍ ସଂଖ୍ୟା ବୃଦ୍ଧି କରାଯିବ । ଅନ୍ୟ ଦେଶରେ ବି ସଂକ୍ରମଣ ବଢ଼ୁଛି, ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି । ତେବେ ମୃତ୍ୟୁ, ହସ୍ପିଟାଲାଇଜେସନ, ଆଇସିୟୁର ଆବଶ୍ୟକତା ବି କମ୍ ରହୁଛି ।’ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜୋରସୋରରେ ଚାଲିଛି ଟିକାକରଣ । ଏପରିକି ପ୍ରଥମ ଡୋଜ୍ ନେଇନଥିବା ବ୍ୟକ୍ତିକୁ ଘରକୁ ଘର ବୁଲି ଚିହ୍ନଟ କରାଯାଉଛି । ଏ ମାସ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍ ଦେବାର ଲକ୍ଷ୍ୟ ରଖାଯାଇଛି । ପ୍ରତି ବ୍ଲକରେ କରାଯାଇଛି ୧୦ଟି ମୋବାଇଲ ଭ୍ୟାକ୍ସିନେସନ କ୍ଲିନିକ । ଯେଉଁଠି ଟିକାକରଣ ହାର୍ କମ୍ ଅଛି, ସେଠାରେ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!