Odian News
25

ଭୁବନେଶ୍ୱର:୯ ଅଞ୍ଚଳ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା

ଭୁବନେଶ୍ୱର,୧୩/୦୧: ରାଜଧାନୀର ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଅନେକ କୋଭିଡ ପଜିଟିଭ୍‌ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ-ପୂର୍ବ ଜୋନ୍‌ର ୫ଟି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସହିଦନଗର ପ୍ଲଟ ନଂ-୫୩୯, ଝାରପଡା ପ୍ଲଟ ନଂ-ବି-୩, ଲକ୍ଷ୍ମୀସାଗର ପ୍ଲଟ ନଂ-୧୪୭, ପଳାଶପଲ୍ଲୀ ପ୍ଲଟ ନଂ-୧୫୭୭, ଟଙ୍କପାଣି ରୋଡ୍‌ ପ୍ଲଟ ନଂ- ଲେନ -୪କୁ କଣ୍ଟେନ୍‌ମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ଦକ୍ଷିଣ-ପଶ୍ଚିମ ଜୋନର ଜୟଦେବ ବିହାର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆଞ୍ଚଳିକ ଅଫିସ, ଜୟଦେବ ବିହାର ପ୍ଲଟ ନଂ-୭୩୭, ସୂର୍ଯ୍ୟନଗର ପ୍ଲଟ ନଂ-୮୬ ଖଣ୍ଡଗିରି ବୃନ୍ଦାବନ ଗାର୍ଡେନ ପ୍ଲଟ ନଂ-୨୨ ବି ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହି ସବୁ କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି ବିଏମ୍‌ସି । ଏହି ସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷ ପତ୍ର ଯୋଗାଇଦିଆଯିବ । ଏହାକୁ ସାନିଟାଇଜ୍‌ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!