Odian News
31

କୁଲଗାମରେ ଜଣେ ପାକିିସ୍ତାନ ଆତଙ୍କବାଦୀ ମୃତ

ଶ୍ରୀନଗର,୧୩/୧: ଜମ୍ମୁ କାଶ୍ମୀରର କୁଲଗାମରେ ଭାରତୀୟ ସୁରକ୍ଷା ବାହିନୀ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ମୃତ ଆତଙ୍କିର ନାମ ବାବର ଏବଂ ପାକିିସ୍ତାନ ନାଗରିକ ବୋଲି ଜଣାଯାଇଛି । ବାବର ଜୈଶ ଇ ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତ ରହିଥିଲା । ୨୦୧୮ରୁ ସେ ଜମ୍ମୁ କାଶ୍ମୀରର ଶୋପିଆନ ଏବଂ କୁଲଗାମ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ମୃତ ଆତଙ୍କି ନିକଟରୁ ଗୋଟିଏ ଏକେ ରାଇଫଲ, ଗୋଟିଏ ପିସ୍ତଲ, ଦୁଇଟି ଗ୍ରେନେଡ ଆଦି ଜବତ କରାଯାଇଥିବା କାଶ୍ମୀର ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାର ସୂଚନା ଦେଇଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ରୋହିତ ଛିବ ସହିଦ ହୋଇଛନ୍ତି । ଏହି ଆକ୍ରମଣ ଓ ପାଲଟା ଆକ୍ରମଣରେ ଭାରତୀୟ ସୁରକ୍ଷା ବାହିନୀର ତିନିଜଣ ଯବାନ ମଧ୍ୟ ହୋଇଛନ୍ତି । ଜଣାଯାଇଛି ଯେ ବୁଧବାର ସଂଧ୍ୟାରେ କୁଲଗାମର ପରିୱାନ ଅଞ୍ଚଳରେ ସୁରକ୍ଷା ବାହିନୀ ଯବାନ ଓ ଜମ୍ମୁ କାଶ୍ମୀର ପୁଲିସର ଏକ ମିଳିତ ଦଳ ଆତଙ୍କବାଦୀର ପିଛା କରିବା ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ସହିଦ ହେବା ସହିତ ପାକିସ୍ତାନି ଆତଙ୍କବାଦୀର ମୃତ୍ୟୁ ଘଟିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!