Odian News
19

ବ୍ରଜନଗର ଚୋରି ଘଟଣାରେ ୪ ଗିରଫ, ୨୪ ଭରି ସୁନା ଜବତ ।

ବ୍ରହ୍ମପୁର ୧୩/୦୧(ମନୋଜ କୁମାର ପାତ୍ର):ବ୍ରଜନଗର ଚୋରି ଘଟଣାରେ ସଦର ଥାନା ପୋଲିସ ୪ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ତେବେ ଗତ କିଛି ଦିନ ଧରି ସଦର ଥାନା ଇଲାକାରେ ଚୋରି ହାରି ବୃଦ୍ଧି ପାଉଥିଲେ ମଧ୍ୟ ଚୋରଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିଲା ।କିନ୍ତୁ ଏବେ ନୂତନ ଭାବେ ଯୋଗ ଦେଇଥିବା ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଚେଷ୍ଟା ବଳରେ ଏହି ଚୋର ଦଳଙ୍କୁ କାବୁ କରିବାରେ ସଦର ଥାନା ପୋଲିସକୁ ମିଳିଛି ପୁଣି ଆଉ ଏକ ସଫଳତା ।ଗତ ୯ ତାରିଖ ଦିନ ୧୬ ଟି ଚୋରି ବାଇକ ଜବତ କରିବା ସହ ୨ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେହିଭଳି ଗତ ୦୧-୦୧-୨୨ ତାରିଖ ରାତିରେ ବ୍ରଜନଗର ୩ୟ ଗଳିରେ ରହୁଥିବା ହରେ କୃଷ୍ଣ ପୃଷ୍ଟି ଙ୍କ ବାସ ଗୃହରୁ ଘଟିଥିବା ଚୋରି ଘଟଣାରେ ୪ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୨୪ ଭରି ସୁନା ଗହଣା ଉଦ୍ଧାର କରିପାରିଛି । ତେବେ ଚୋରି ଘଟଣାରେ ଗିରଫ ଅଭିଯୁକ୍ତ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତର ନୂଆପଡା ଗ୍ରାମର ସ୍ବର୍ଗତ ଏସ୍ ଲକ୍ଷ୍ମଣ ଙ୍କ ପୁତ୍ର ଏସ୍ କାହ୍ନା(୨୫),ଏସ୍ ବିଜୟ ଙ୍କ ପୁତ୍ର ଏସ୍ ଦେବେନ୍ଦ୍ର(୨୬) ,ବାଲିପଡା ଇନ୍ଦିରା ଆବାସ କଲୋନୀର ଟି ନାରାୟଣଙ୍କ ପୁତ୍ର ଟି କାମ୍ପ(୨୨) ଙ୍କ ସେମେତ ଚୋରି ଅଳଙ୍କାର କିଣିବା ଅଭିଯୋଗରେ ଡେଙ୍ଗାପଦର ଗ୍ରାମର ହରିଜନ ସାହିର କାଳୁ ନାୟକ ଙ୍କ ପୁତ୍ର ସଞ୍ଜୟ ନାୟକ(୫୦) ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁଜବତ ହୋଇଥିବା ସୁନା ମଧ୍ୟରେ ଗୋଟିଏ ସୁନା ଚେନ୍ ଗୋଲାକାର ଡିଜାଇନ୍ ପ୍ରାୟ ୬.୧୫୦ ଗ୍ରାମ ଓଜନ, ଗୋଟିଏ ସୁନା ଚେନ୍ ଫ୍ଲାଟ ଡିଜାଇନ୍ ପ୍ରାୟ ୬.୦୯୦ ଗ୍ରାମ,ଗୋଟିଏ ସୁନା ଆଙ୍ଗୁଠି ରିଙ୍ଗ ଓଜନ ପ୍ରାୟ ୨.୩୦୦ ଗ୍ରାମ,ଗୋଟିଏ ସୁନା ଆଙ୍ଗୁଠି ରିଙ୍ଗର ଓଜନ ପ୍ରାୟ ୧.୬୬୦ ଗ୍ରାମ, ଗୋଟିଏ ସୁନା ମହିଳା ଆଙ୍ଗୁଠି ରିଙ୍ଗ ପ୍ରାୟ ୨.୪୦୦ ଗ୍ରାମ,ଗୋଟିଏ ସୁନା ମହିଳା ଆଙ୍ଗୁଠି ରିଙ୍ଗ ପ୍ରାୟ ୧.୮୨୦ଗ୍ରାମ,ପ୍ରାୟ ୧.୭୦୦ଗ୍ରାମ ଓଜନ ବିଶିଷ୍ଟ ପଥର ସହିତ ଗୋଟିଏ ସୁନା ଆଙ୍ଗୁଠି ରିଙ୍ଗ, ଓଜନ ପ୍ରାୟ ୧.୬୧୦ ଗ୍ରାମ ଜବତ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନା କେସ ନଂ-୪/୨୨ ଅନୁସାରେ ୟୁ/ଏସ୍ ୪୫୭/୩୮୦/ଆଇପିସି ୟୁ/ ମାମଲାରୁ ପୁଣି ଏସ୍-୪୫୭/୩୮୦/୪୧୧/୩୪ ଆଇପିସି ଧାରା ଅନୁସାରେ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ଜଡିତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଯଥା ଶୀଘ୍ର ଗିରଫ କରାଯିବ ବୋଲି ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!