Odian News
18

ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଟେଲି ମେଡିସିନ ସେବା

ଭୁବନେଶ୍ୱର,୧୪/୧: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ବର୍ତ୍ତମାନ ପ୍ରତିଦିନ ୧୦ହଜାର ଉପରେ କରୋନା ମାମଲା ରାଜ୍ୟରେ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଡାକ୍ତରଖାନା ଗୁଡ଼ିକ ପାଇଁ ଗାଇଡଲାଇନ୍‍ ଜାରି କରାଯାଇଛି । ନୂତନ ଗାଇଡ୍‍ଲାଇନ୍‍ ଅନୁଯାୟୀ, କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିବା ରୋଗୀ ଅତିଗୁରୁତର ନହୋଇଥିଲେ ଡାକ୍ତରଖାନାରେ ଭର୍ତ୍ତି ହୋଇପାରିବେ ନାହିଁ । ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଆଡମିଶନ ପାଇଁ ଅନୁମତି ଦିଆଯାଇଛି । ତାହା ସହ ଗୁରୁତର ରୋଗୀଙ୍କର ଯଦି ଆବଶ୍ୟକସ୍ଥଳେ ଅପରେସନ କରିବାକୁ ପଡେ ତେବେ କରାଯାଇପାରିବ ବୋଲି ଗାଇଡଲାଇନରେ କୁହାଯାଇଛି । ଏଥିସହିତ ଗୁରୁତର ରୋଗୀଙ୍କ ସହ ଜଣେ ଦେଖାଶୁଣା ପାଇଁ ରହିପାରିବେ । ଡାକ୍ତରଖାନାରେ ସମ୍ପୂର୍ଣ୍ଣଭାବେ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି । ରୋଗୀଙ୍କ ପାଇଁ ୨୪ ଘଣ୍ଟିଆ ଟେଲି ମେଡିସିନ ସେବା ଯୋଗାଇବା ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!