Odian News
18

ରେଳ ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଜଲପାଇଗୁଡି,୧୪/୧: ଗୁରୁବାର ସଂଧ୍ୟାରେ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିକାନେର-ଗୁଆହାଟି ଏକ୍ସପ୍ରେସର ଓଲଟି ପଡିଥିବା ବଗି ଏବଂ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶ୍ରୀ ବୈଷ୍ଣବ ଶୁକ୍ରବାର ସକାଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହିତ ମିଶି ଉକ୍ତ ସ୍ଥାନ ପରିଦର୍ଶନ କରିଥିଲେ । ଏଥିସହିତ ସେ ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏହି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତାଦେଶ ଦିଆଯାଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସମୁଦାୟ ଘଟଣା ଉପରେ ନଜର ରଖିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ବରାବର ସଂପର୍କରେ ରହିଛନ୍ତି । ଏହି ଅବସରରେ ସେ ଦୁର୍ଘଟଣାରେ ଆହତ ଲୋକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ବିକାନେରରୁ ଗୁଆହାଟି ଯାଉଥିବା ଏକ୍ସପ୍ରେସ ଟ୍ରେନ ଗୁରୁବାର ସଂଧ୍ୟା ୫,୧୫ରେ ଜଲପାଇଗୁଡିକର ଡୋମୋହାଣିଠାରେ ଲାଇନଚ୍ୟୁତ ହୋଇଥିଲା । ଏହାର ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୪୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଖବର ମିଳିବା ପରେ ପ୍ରାୟ ୫୦ଟି ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଆହତମାନଙ୍କୁ ହାସପାତାଳରେ ପହଞ୍ଚାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ସରକାରଙ୍କ ପକ୍ଷରୁ ମୃତାହତଙ୍କ ନିମନ୍ତେ ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇସାରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!