Odian News
18

NDTV ର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ପରଲୋକ

ଲକ୍ଷ୍ନୌ,୧୪/୧: ଉତ୍ତରପ୍ରଦେଶର ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ଦେହାନ୍ତ ହୋଇଛି । ୬୧ ବର୍ଷିୟ କମଲ ଖାନ ଆଜି (ଶୁକ୍ରବାର) ପ୍ରାୟ ସାଢେ ୭ଟା ସମୟରେ ହୃଦଘାତରେ ପୀଡିତ ହୋଇଥିଲେ । ଖାନ NDTV ର କାର୍ଯ୍ୟନିର୍ବାହୀ ସମ୍ପାଦକ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ରାମନାଥ ଗୋୟନଙ୍କା ଏବଂ ରାଷ୍ଟ୍ରପତିଙ୍କ ହାତରେ ଗଣେଶ ଶଙ୍କର ବିଦ୍ୟା ପୁରସ୍କାର ଗ୍ରହଣ କରିଥିଲେ । କମଲ ଖାନଙ୍କ ମୃତ୍ୟୁ ପାଇଁ ସାମ୍ବାଦିକତା ଜଗତରେ ଶୋକର ଲହରୀ ଖେଳିଯାଇଛି । କମଲ ଖାନଙ୍କ ପୁରୁଣା ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକ ଶ୍ରାବଣ କୁମାର ଶୁକଲା କମଲ ଖାନଙ୍କ ଆକସ୍ମିକ ଦେହାନ୍ତରେ ଦୁଖ ଓ ଚକିତ ହୋଇ କହିଛନ୍ତି ଯେ କମଲ ତାଙ୍କ ନାମ ପରି ଜଣେ ଅଦ୍ଭୁତ ବ୍ୟକ୍ତି । ସେ ଜଣେ ଅତି ସରଳ ଏବଂ ସହଜ ବ୍ୟକ୍ତି ଥିଲେ । କମଲ ଖାନଙ୍କ ମୃତ୍ୟୁକୁ ନେଇ ରାଜନୈତିକ ଦଳ ଏବଂ ନେତାମାନେ ମଧ୍ୟ ଦୁଖ ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଦୁଖ ପ୍ରକାଶ କରିବା ସହ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା ଜଣାଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!