Odian News
19

ଢିଙ୍କିଆରେ ବିସ୍ଫୋରକ ପରିସ୍ଥିତି

ଜଗତସିଂହପୁର ୧୪।୧: ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ପୋଲିସ ଓ ଗ୍ରାମବାସୀ ମଧ୍ୟରେ ଠେଲାପେଲା ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । କୌଣସି ବି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କିଛି ଅଘଟଣ ଆଶଙ୍କା କରି ପ୍ରଶାସନ ତରଫରୁ ଗ୍ରାମର ଚତୁପାର୍ଶ୍ବରେ ମୁତୟନ ହୋଇଥିବା ପୋଲିସଙ୍କ ନିକଟକୁ ମାଡିଆସିଥିଲେ । ଫଳରେ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଢ଼ିଙ୍କିଆ ଗ୍ରାମର ପାନବରଜ ଭଙ୍ଗା ହେଉଥିବା ସ୍ଥାନକୁ ସାମୂହିକ ଗ୍ରାମବାସୀ ଯାଉଥିବା ବେଳେ ଗ୍ରାମର ସୀମାରେ ଜଗିରହିଥିବା ପୋଲିସ ଗ୍ରାମବାସୀଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!