Odian News
31

ଶ୍ରୀମନ୍ଦିରରେ ମକର ଚାଉଳ ଭୋଗ

ପୁରୀ ୧୪/୦୧: ଆଜି ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ବିଶେଷ ନୀତି । ତିନି ଠାକୁରଙ୍କୁ ମକର ବେଶରେ ସଜ୍ଜିତ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ମକର ଚାଉଳ ଭୋଗ କରାଯାଇଛି । ସକାଳ ଧୂପ ପରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ମକର ବେଶ କରାଯାଇଥିଲା । ସେହିପରି ଶ୍ରୀଜୀଉଙ୍କ ଆଜିର ଏହି ବେଶରେ ମକର ଚୁଳ ମଧ୍ୟ ଲଗାଯାଇଛି।କୋଭିଡ କଟକଣା ଯୋଗୁଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ମକର ଚୌରାସି ବେଶ ଦର୍ଶନରୁ ଭକ୍ତ ମାନେ ବଞ୍ଚିତ ରହିଛନ୍ତି । ସେପଟେ ପୁରୀରେ ଥିବା ବିଭିନ୍ନ ମଠମାନଙ୍କରେ ଅତି ନିଷ୍ଠାର ସହ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଛି । ମକର ବେଢ଼ା ଓ ମକର ଚାଉଳ ଭୋଗ ହେବା ପାଇଁ ଏକ ବୃହଦକାୟ ମକର ତାଡ଼ ହେବାର ପରଂପରା ରହିଛି । ପରେ ମାଟିତାଡ଼ ସାହାଯ୍ୟରେ ଭୋଗ କରାଯିବା ପରେ ଏହାକୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!