Odian News
48

ମାଓ ଅଭିଯାନରେ ମାଲକାନଗିରି ଜିଲ୍ଲା ପୋଲିସକୁ ବଡ଼ ସଫଳତା

ମାଲକାନଗିରି,୧୪/୧(ଶ୍ରୀନିବାସ ପଣ୍ଡା): ମାଲକାନଗିରି ଜିଲ୍ଲାର ନୂତନ କରି ନାମିତ ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ମାଓବାଦୀଙ୍କ କବ୍ଜାରୁ ମୁକ୍ତ ହେବା ଆଶା ଧୀରେ ଧୀରେ ଉଭେଇ ଯାଉଛି। ଅନେକ ଆଶା ସଞ୍ଚାର କରି ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତିରେ ସେତୁ ନିର୍ମାଣ ଶେଷ କରିବା ସହ ବିଛିନାଞ୍ଚଳର ବିଭିନ୍ନ ପଞ୍ଚାୟତକୁ ରାସ୍ତା ନିର୍ମାଣ କାର୍ଯ୍ୟ ଜୋରଦାର କରିବା ସହ ସ୍ଥାନେ ସ୍ଥାନେ ବିଏସ କ୍ୟାମ୍ପ ମାନ ପ୍ରତିଷ୍ଠା କରିସାରିଲେଣି। କିଛି ଦିନର ନୀରବତା ପରେ ମାଓବାଦୀ ମାନେ ପୁଣି ସକ୍ରିୟ ହେଉଥିବା ଦେଖାଯାଉଛି। କୌଣସି ସୂତ୍ରରୁ ଖବର ପାଇ ଆଜି ମାଲକାନଗିରି ଜିଲ୍ଲା ଏସ ଓ ଜି ଏବଂ ଡି ଭି ଏଫ ଟିମ ଜୋଡମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ସୀମାର ମାରିବାଡା ଏବଂ ନଦ୍ମେଞ୍ଜରୀ ଗ୍ରାମ ମଧ୍ୟସ୍ଥ ଏକ ଜଙ୍ଗଲିଆ ସ୍ଥାନରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବଦ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ (୧) ଟିଫିନ ବୋମା ୪, (୨) କମର ବେଲ୍ଟ ୨୦, (୩) ଜଙ୍ଗଲ କ୍ୟାପ (୧୯), (୪) ହୁଇସିଲ ଫିତା (୨୦), (୫) ହୁଇସିଲ ୨୦ ସମେତ ବିପୁଳ ପରିମାଣର ମେଡ଼ିସିନ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର ହେଇଛି। ଆରକ୍ଷୀ ଅଧିକ୍ଷକଙ୍କ କହିବାନୁଯାୟୀ ଏବେ ମଧ୍ୟ ଅନୁସନ୍ଧାନ କାର୍ଯ୍ୟ ଚାଲୁରହିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!