Odian News
27

ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୫।୦୧ : ଲକ୍ଷଣ ନଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ କହିଛନ୍ତି। ଏ ନେଇ ଜିଲ୍ଳା ଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ଜଣାଇଛି ବୋଲି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଜି ସୁଦ୍ଧା ୬୧ ହଜାର ପଜିଥିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି । ଦୁଇ ପ୍ରତିଶତରୁ କମ୍ ହସପିଟାଲରେ ଅଛନ୍ତି । ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି । ଗାଇଡ ଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡ଼ିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କରିଛନ୍ତି । ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ,  ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!