Odian News
28

ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର ୧୫।୦୧: ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଉଚ୍ଚସ୍ତରୀୟ ବୈଠକ|ନିର୍ବାଚନ ସୁପରିଚାଳନା ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଜିଲ୍ଲାପାଳ ଓ ଏସ୍ ପିଙ୍କ ଆଲୋଚନା ।  ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଏହି ବୈଠକ ବସିବାକୁ ଥିବାବେଳେ ଏଥିରେ ସମସ୍ତ ଜିଲ୍ଲାପାଳ ଜିଲ୍ଲାପାଳ ଓ ଏସପିମାନେ ଭର୍ଚୁଆଲ ମୋଡ଼ରେ ସାମିଲ୍ ହେବେ । ଆଜିର ବୈଠକରେ ରାଜସ୍ୱ କମିଶନର, ରେଞ୍ଜ ଆଇଜି, ଡେପୁଟି କମିଶନର ଅଂଶଗ୍ରହଣ କରିବା ସହ ପଞ୍ଚାୟତ ନିର୍ବାଚନକୁ କିପରି ସୁଚାରୁରୂପେ ସମ୍ପାଦନ କରାଯିବ, ସେନେଇ ଆଲୋଚନା କରିବେ । ଏଥିସହ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରାଯିବା ନେଇ ଆଲୋଚନା ହେବ । ନିର୍ବାଚନ କମିଶନରଙ୍କ ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ । ସେହିପରି ଜିଲ୍ଲା ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡିସିପି, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ରହିବେ । ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା, ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯିବ । କରୋନା ସମୟରେ କିପରି ନିରାପଦ ନିର୍ବାଚନ ହୋଇପାରିବ ସେ ସଂପର୍କରେ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!